କ୍ରୀଡ଼ାର ବିକାଶ ନେଇ ଖେଳାଳି ସମାବେଶ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ କରନେସନ ପଡ଼ିଆଠାରେ ଶାରୀରିକ ଶିକ୍ଷକ, କ୍ରୀଡା ଶିକ୍ଷକ ସଙ୍ଘ ଓ ଜିଲ୍ଲା କ୍ରୀଡ଼ା ସଂସଦ କନ୍ଧମାଳର ମିଳିତ ସହଯୋଗରେ କନ୍ଧମାଳରେ କ୍ରୀଡ଼ାର ଅଗ୍ରଗତି ନିମନ୍ତେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତ ସାମନ୍ତ ଯୋଗ ଦେଇଥିଲେ ଏବଂ ସଂମ୍ମାନିତ ଅତିଥି ଭାବେ କିଟ କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ, କନ୍ଧମାଳ କ୍ରୀଡ଼ା ସଂସଦର ସମ୍ପାଦକ ଶିବ ତ୍ରିପାଠୀ ଓ ଓଡିଶା ଖେଳ ଶିକ୍ଷକ ସଙ୍ଘର ସମ୍ପାଦକ କାର୍ତ୍ତିକ ନାୟକ ଯୋଗଦେଇ ଥିଲେ। ସାଂସଦ ଡ ସାମନ୍ତ କନ୍ଧମାଳରେ କ୍ରିଡ଼ା ଓ କ୍ରୀଡ଼ାବିତଙ୍କ ବିକାଶ ନେଇ ଆଲୋଚନା କରିଥିଲେ। କନ୍ଧମାଳରେ ଗ୍ରାମାଞ୍ଚଳ ଖେଳାଳି କିପରି ବିଭିନ୍ନ ଖେଳ କୁଦରେ ଆଗକୁ ଆସିବେ ଏବଂ କଣ କଲେ ସେମାନେ ଖେଳ କୁଦରେ ଆହୁରି ଆଗକୁ ଯିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବାକୁ ସେ କହିଥିଲେ। ବିଭିନ୍ନ କ୍ରୀଡ଼ାରେ ରାଜ୍ୟ ଓ ରାଜ୍ୟ ବାହାରେ ସଫଳତା ଆଣିଥିବା କନ୍ଧମାଳର ଖେଳାଳିମାନଙ୍କୁ ସାଂସଦ ଡ ସାମନ୍ତ ସମ୍ମାନିତ କରିଥିଲେ। ଏଠାରେ ଜିଲ୍ଲାର ସବୁ ବ୍ଲକରୁ କ୍ରୀଡା ଛାତ୍ର, ଶିକ୍ଷକ ଓ କ୍ରୀଡା ସଂଗଠନର ୧୨୦୦ରୁ ଊର୍ଦ୍ଧ୍ଵ ପ୍ରତିନିଧି ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.