ଜିଲ୍ଲା କଂଗ୍ରେସ ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପାରିଜାତ କଲ୍ୟାଣ ମଣ୍ଡପ ରେ ଜିଲ୍ଲା ର୧୨ବ୍ଲକ୨ଟି ଏନ ଏ ସି ଓ୧ ଗୋଟିଏ ମୁନିସପାଲଟିର ସଭାପତି , ଜିଲ୍ଲା ପରିଷଦ ଜୋନ ସଭାପତି ଓ ଆଗୁଆ ଧାଡିର ନେତା କର୍ମୀ ମାନଙ୍କୁ ନେଇ ଏକ କର୍ମୀ ସମିଳନୀ ଅନୁଷ୍ଠିତ ହୋଇଯାଇଛି।ଅଖିଳ ଭାରତୀୟ ଜାତୀୟ କଂଗ୍ରେସର ସମ୍ପାଦକ ସାହନାଵଜ଼ ଚୌଧୁରୀ ଯୋଗ ଦେଇଥିଲେ , କଂଗ୍ରେସର ସଙ୍ଗଠନ କିପରି ଭାବରେ ବୁଥସ୍ଥରରୁ ସିଧାସଳଖ ଲୋକମାନଙ୍କ ସହିତ ଜଡିତ ହୋଇ କଂଗ୍ରେସ ଦଳକୁ ମଜଭୁତ କରାଯିବ ସେ ନେଇ ସମସ୍ତ ଙ୍କ ସହିତ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଜ଼ୀଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡ଼ା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ପୂର୍ବତନ ସାଂସଦ ନକୁଳ ନାୟକ, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ପୂର୍ବତନ ବିଧାୟକ ଅଭିମନୁ ବେହେରା, ପୂର୍ବତନ ବିଧାୟକ ଅଜୟନ୍ତି ପ୍ରଧାନ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ପଛୁଆ ବର୍ଗ ଜିଲ୍ଲା ଅଧ୍ୟକ୍ଷ ସୂର୍ଯ୍ୟ କାନ୍ତ ଦାସ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ରୁଦା ମଲ୍ଲିକ, ନଗର କଂଗ୍ରେସ ସଭାପତି ଶିବ ଶଙ୍କର ବେହେରା, ବରିଷ୍ଠ କଂଗ୍ରେସ ନେତା ବିଜୟ ମହାନ୍ତି,ସନ୍ତୋଷ କୁମାର ପଟ୍ଟନାୟକ, ଆଇନ ସେବା ଅଧ୍ୟକ୍ଷ ପିତାମ୍ବର ସାହୁ, ମିଡ଼ିଆ ସେଲ ଅଧ୍ୟକ୍ଷ ବସନ୍ତ କୁମାର ପାଢୀ, ସାମାଜିକ ମିଡ଼ିଆ ସେଲ ଅଧ୍ୟକ୍ଷ ବଳଦେବ ବେହେରା, ଓ ମିଡ଼ିଆ ସେଲ ସଂଯୋକ ଗୌର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.