ଅନୁଗୁର ଓ କିରାମା ପଞ୍ଚାୟତରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ

add-all

ଆର,ଉଦୟଗିରି : ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଯାହା ରାଜ୍ୟରେଥିବା ବିଜେଡି ସରକାରଙ୍କ କାର୍ଯ୍ୟକ୍ରମ ହୋଇଥିବାରୁ ଗାଁ ଗାଁରେ ଏହି କାର୍ଯ୍ୟକ୍ରମ ଧୁମ ଧାମରେ ପାଳନ କରାଯାଉଛି। ତେବେ ଆଜି ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ଓ କିରାମା ପଞ୍ଚାୟତ ଠାରେ ଗ୍ରାମର ପୂର୍ବତନ ସରପଞ୍ଚ ଯାକୁବ ମାଝୀ ଓ ସମ୍ମିତି ସଭ୍ୟ ଇନୋସ ରଇତ ଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ଏହି ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ। ଅତିଥିଙ୍କୁ ପ୍ରତି ଗାଁରେ ପୁଷ୍ପମାଲ୍ୟ ଓ ଉପଢୌଙ୍କନ ସହ ସ୍ବାଗତ କରାଗଲା। ବାଇକ ରାଲି, ବାଜାବାଜଣା ଓ ଘରେ ଘରେ ଶଙ୍ଖ ନାରାବାଜି ସହ ଗାଁର ପ୍ରତି ଘରର କାନ୍ଥରେ ମହିଳା,ପୁରୁଷ, ଯୁବା ଯୁବତୀ ମିଶି ଶଙ୍ଖଚିହ୍ନ କୁ ଟଙ୍ଗେଇଥିଲେ। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ବ୍ଲକ ସଭାପତି ଯୋହନ ମାଝୀ, ଏସଡିସି ସଭ୍ୟ ଜେମସ ରାଇକା,ରିଙ୍କୁ ପାଣି, କ୍ରିଷ୍ଣା କୁମାରଙ୍କ ସହ ଆଞ୍ଚଳର ଅନେକ ଓ୍ବାର୍ଡ ସଭ୍ୟ ଓ ବୁଦ୍ଧିଜୀବିଙ୍କ ସହ ଅନେକ ବିଜେଡି କର୍ମୀଙ୍କ ସହ ମହିଳା ଗୃପ୍ ଆଶା ଅଙ୍ଗନଓ୍ବାଡି ଓ ଅନେକ ପୁରୁଷ ମହିଳା ଓ ଯୁବକ ଯୁବତୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.