ଵ୍ରହ୍ମପୁର: ଆସିକା ତହସିଲ ଅଧୀନରେ ଥିବା ନିରାଳ ବଡନଦୀ ମଧ୍ୟରୁ ବେଆଇନ ବାଲି ଚଲାଣ ଅଭିଯୋଗ ରେ ୦୫ ଗାଡ଼ିରୁ ପ୍ରାୟ ଏକ ଲକ୍ଷ ଜୋରିମାନା ଆଦାୟ ହୋଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି l ଆଜି ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କ ନେତୃତ୍ୱ ରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସାଦ ବାରିକ, ରାଜସ୍ବ ନିରୀକ୍ଷକ ସୁନୀଲ କୁମାର ଗୌଡ଼, ରଘୁନାଥ ପ୍ରଧାନ ଙ୍କ ସମେତ ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇଁ ଆସିକା ଭଞ୍ଜନଗର ଜାତୀୟ ରାଜପଥ ରାସ୍ତା ରେ ଆସୁଥିବା ଏକ ବାଲି ବୋଝଇ ଟ୍ରାକ୍ଟରକୁ ଧରି ଥିଲେ l ଏହି ଟ୍ରାକ୍ଟରକୁ ଅଟକାଇ ଚେକିଙ୍ଗ କରିବା ସମୟରେ ତାର ଆବଶ୍ୟକ ବାଲି ବୋଝୋଇ ଫର୍ମ ନଦେଖାଇବା ରୁ କେଉଁଠାରୁ ବାଲି ଆଣିବା ଠିକଣା ପାଇଁ ନିରାଳ ବଡ଼ନଦୀ କୁ ଏହି ଟିମ ପହଂଚି ଥିଲେ l ସେଠାରେ ନଦୀ ରାସ୍ତାରୁ ୦୩ ଗୋଟି ବାଲି ବୋଝୋଇ ଟ୍ରାକ୍ଟର ଏବଂ ନଦୀ ମଧ୍ୟରୁ ବାଲି ନେବା ପାଇଁ ଥିବା ଗୋଟିଏ ଟ୍ରାକ୍ଟର କୁ ଆବଶ୍ୟକ ଫର୍ମ ନଥିବାରୁ ଗୋଟିଏ ଗାଡି ପିଛା ୧୫ ହଜାର ଟଙ୍କା ଏବଂ ରାୟଲିଟି ମିଶି ପ୍ରାୟ ଏକ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଆସିକା ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପ୍ରକାଶ କରିଥିଲେ l ଏଭଳି ଆସିକା ତହସିଲ ଅଧୀନରେ ଋଷିକୂଲ୍ୟା ଏବଂ ବଡ଼ ନଦୀ ରୁ ଦିନକୁ ସହ ସହ ଟ୍ରାକ୍ଟର, ଟ୍ରକ, ହାଇବା ଯାଉଥିବା ନଜିର ରହିଛି l ଏଭଳି ଦୈନଦିନ ଚଢ଼ାଓ ଚାଲୁ ରହିଲେ ଅନେକ ଅସାଧୁ ଚୋରା ବାଲି ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି l ଅନ୍ୟ ପଟେ ସରକାର ଙ୍କ ଲଘୁ ଖଣି ଜାତ ଦ୍ରବ୍ୟ ସରିବା ଏବଂ ରାଜସ୍ୱ ନଆସିବା ଏକ ଚିନ୍ତାର କାରଣ ହୋଇଛି। ନିସର୍ତ୍ତ ରେ ଗଞ୍ଜାମ ଜିଲ୍ଲାର ଚିକିଟି, ପୁରୁଷୋତ୍ତମପୁର, ହିଞ୍ଜିଳି, ଶେରଗଡ଼, ଆସିକା ଓ ଧରାକୋଟ ଅଞ୍ଚଳରେ ଥିବା ନଦୀରୁ ଦୈନିକ ସହ ସହ ଗାଡ଼ିରେ ବିନା ୱାଇ-ଫର୍ମ ରେ ବାଲି ଚାଲାଣ ହେଉଥିବା ନେଇ ରବିବାର ଦିନ ଖବର ପ୍ରକାଶ ହୋଇଥିଲା। ଅନ୍ୟ ବ୍ଲକରେ କେବେ ଚଢ଼ାଉ ହେଉଛି ଦେଖି ବାକୁ ବାକି ରହିଲା।
