ପଞ୍ଚାୟତିରାଜ ଦିବସ ପାଳିତ…

add-all


ହିଞ୍ଜିଳିକାଟୁ ୫!୩ ହିଞ୍ଜିଳିକାଟୁ ଶେରଗଡ଼ ବ୍ଳକ ଅନ୍ତର୍ଗତ କୃଷ୍ଟଛାଇ ଗ୍ରାମ ସରକାରୀ ଊନୀତ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସାହୁ ଙ୍କ ତତ୍ବାବଧାନରେ ଆୟୋଜିତ ସଭାରେ ଓଡିଶାର ବରପୁତ୍ର ସ୍ଵର୍ଗତ ବିଜୁପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ଧୁପଦୀପ ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ସ୍ବର୍ଗତ ବିଜୁବାବୁଙ୍କ ଜୟନ୍ତୀରେ ଶିକ୍ଷକ ଅରୁଣ କୁମାର ମହାରଣା ଵିଜୁ ପଟ୍ଟନାୟକ ଙ୍କ ଆଦର୍ଶବୋଧକୁ ପ୍ରକାଶ କରିବାସହ ପଞ୍ଚାୟତ ରାଜର ଭିତ୍ତି ପ୍ରସ୍ତର ସ୍ଥାପିତ ଓ ଭୁମିପୁତ୍ର ଉପାଧି ଉପରେ ଆଲୋକପାତ କରିଥିଲେ। ଏଥି ସହ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ ଅବଦାନ ସମ୍ପର୍କରେ ସହକାରୀ ଶିକ୍ଷକ ଶିବ ପ୍ରସାଦ ସାହୁ, ଶିକ୍ଷକ ଧୋବା ପାଢି ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷକ ମନୋଜ କୁମାର ମାଦଳା, ଇତିଶ୍ରୀ ବରାଡ ପ୍ରମୁଖ ଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ବିଦ୍ୟାଳୟ ର ପରିଚାଳନା କମିଟି ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.