ମା ରାମଚଣ୍ଡୀ ମହୋତ୍ସବରେ ରୟାଲ ଡାନ୍ସ ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ…

add-all

ଛତ୍ରପୁର : ଗଞ୍ଜାମ ବ୍ଲକ କରପଡା ପଞ୍ଚାୟତର ନୀଳାଦ୍ରିପୁରରେ ମା ରାମଚଣ୍ଡୀ ମହୋତ୍ସବ – ୨୦୨୪ ଉଦଯାପିତ ହୋଇଯାଇଛି। ଧଡାପାହାଡ ଶିଖରରେ ମା ରାମଚଣ୍ଡି ବିଦ୍ୟମାନ ରହି ହଜାର ହଜାର ସଂଖ୍ୟାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାର ଏକବର୍ଷ ପୂର୍ତ୍ତି ଅବସରରେ ମା ରାମଚଣ୍ଡି ମହୋତ୍ସବ-୨୦୨୪ ତିନି ଦିନ ରୂପେ ପାଳନ କରାଯାଇଛି । ମହୋତ୍ସବର ତୃତୀୟ ଦିବସରେ ବିଭିନ୍ନ କଳାକାରଙ୍କ ଦ୍ୱାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଉଠିଥିଲା ଏବଂ ଛତ୍ରପୁର ରୋୟାଲ ଡାନ୍ସ ଏକାଡେମୀ ପକ୍ଷରୁ ଗୁରୁ ଶ୍ରୀ ଟି ସୁରେଶ ରାଓ ଙ୍କ ନିର୍ଦ୍ଦେଶନାରେ ସୁନ୍ଦର ସମ୍ବଲପୁରୀ ନୃତ୍ୟ ପରିବେଷଣ କୁ ନେଇ ଦର୍ଶକ ଖୁସି ବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମସ୍ତ ଅଂଶଗ୍ରହଣ କଳାକାରଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା । ଓଡ଼ିଶାର ସୁନାମ୍ ଧନ୍ୟ କଣ୍ଠଶିଳ୍ପୀ ତାରିକ୍ ଅଜିଜ୍ ଓ ସଙ୍ଗୀତା ପାଢ଼ୀଙ୍କ ସୁ ମଧୁର ସ୍ଵରରେ ଶ୍ରୋତାମାନେ ନାଚି ଉଠିଥିବା ଦେଖିବାକୁ ମିଳିଛି । ପ୍ରବଳ ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ad-week
Leave A Reply

Your email address will not be published.