ବିଜେପିର ଲାଭାର୍ଥୀ ସମ୍ପର୍କ କର୍ମଶାଳା…

add-all


ଫୁଲବାଣୀ : ବିଜେପି ତୃଣମୂଳ ସ୍ତରରୁ ଆରମ୍ଭ କଲା ଘରେ ଘରେ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟି ପତ୍ର ଓ ଜନ ହିତକର ଯୋଜନା ବାର୍ତ୍ତା ପହଞ୍ଚାଇବା l ଏନେଇ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ବିରୁପାକ୍ଷ ଶୈବପୀଠ ପରିସରରେ ଲାଭାର୍ଥୀ ସମ୍ପର୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚକାପାଦ ମଣ୍ଡଳ ସଭାପତି ସରୋଜ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ରାଜ୍ୟ ଏସ୍‌ସି ମୋର୍ଚ୍ଚା ରାଜ୍ୟ ଉପସଭାପତି
ରାମବିଶି ଦିଗାଲ , ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ଆଇନଜିବୀ ରମେଶ ଚନ୍ଦ୍ର ମହାନ୍ତି, ଚକାପାଦ ଜିଲ୍ଲା ପରିଷଦ ସଭ୍ୟା ରଞ୍ଚନା
ନାୟକ, ଫୁଲବାଣୀ ନଗରପାଳ ସଭାପତି ସୁଶାନ୍ତ ମହାନ୍ତି, ଆଦିବାସୀ ମୋର୍ଚ୍ଚା ଜିଲ୍ଲା ସଭାପତି ତଥା ଚକାପାଦ ସରପଞ୍ଚ ଉମାଚରଣ ମଲିକ, ଫିରିଙ୍ଗିଆ ମଣ୍ଡଳ ସଭାପତି ଗଣେଶ୍ବର ସାହୁ, ଓବିସି ମୋର୍ଚ୍ଚା ରାଜ୍ୟଉପସଭାପତି ଦେବାଶିଷ ପ୍ରିୟଦର୍ଶନ ସାହୁ, ସମ୍ପାଦକ ଗଣେଶ ସାହୁ,ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ଓ ପଞ୍ଚାୟତ ସଭାପତି ପ୍ରମୁଖ ଯୋଗ ଦେଇ ଥିଲେ । ପ୍ରତ୍ୟେକ ବୁଥକୁ ସଂଗଠିତ କରାଇବା ସହ ଗାଁ’କୁ ଚାଲ ଅଭିଯାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ଆଦି ବୈଠକରେ ଆଲୋଚନା ହୋଇଥିଲା। ପ୍ରତି ଗ୍ରାମରେ ମୋଦୀ ଗ୍ୟାରେଣ୍ଟି ପତ୍ର ଓ କ୍ୟାଲେଣ୍ଡର ଆଦି ବଣ୍ଟନ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଥିଲା।

ad-week
Leave A Reply

Your email address will not be published.