ବ୍ରାହ୍ମଣୀଗାଁରେ ବିଜେଡ଼ିର ମିଶ୍ରଣ ପର୍ବ : ୫୮୦ ଜଣ ବିଜେଡିରେ ସାମିଲ

add-all

ଦାରିଙ୍ଗ ବାଡ଼ି,୪/୩ , କନ୍ଧମାଳ ଜିଲ୍ଲା ଜି .ଉଦୟଗିରି ନିର୍ବାଚନ ମଣ୍ଡଳୀର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଅଞ୍ଚଳର ୮ ଗୋଟି ପଞ୍ଚାୟତର ବିଜେଡି ଦଳର କର୍ମୀ ସମୂହ ଶିବ ମନ୍ଦିର ନିକଟ ପଡ଼ିଆରେ ବିଜେଡ଼ିର ମିଶ୍ରଣ ପର୍ବର ଆୟୋଜନ କରିଥିଲେ। ଏହି କାର୍ଯ୍ୟ କ୍ରମରେ ଅଞ୍ଚଳର ୮ ଗୋତି ପଞ୍ଚାୟତର ପ୍ରାୟ ୫୮୦ ଜଣ ବିଜେପି ଓ କଂଗ୍ରେସର ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ବିହନ ନିଗମ ଅଧ୍ୟକ୍ଷ ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ , ରାଜ୍ୟ ମହିଳା ସାଧାରଣ ସମ୍ପାଦିକା ପୁନମ କଂହର , ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ, ଜି.ଉଦୟଗିରି ନିର୍ବାଚନ ପର୍ଯ୍ୟବେକ୍ଷକ କ୍ଲେଶ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ପ୍ରଧାନ, ବ୍ରାହ୍ମଣୀଗାଁ ଲ୍ୟାମ୍ପସେସ ସଭାନେତ୍ରୀ ନିଳମତି ପ୍ରଧାନ, ସରପଞ୍ଚ ସଂଯୁକ୍ତା ମଲ୍ଲିକ, ବିଧାୟକ ପ୍ରତିନିଧି ଦୀପକ ସାହୁ ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ। ଅତିଥିମାନେ ନୂତନ ଭାବେ ବିଜେଡ଼ିରେ ସାମିଲ ହୋଇଥିବା ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧି ଅକ୍ଷୟ ନାୟକ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.