ମାଲକାନଗିରି,୪।୩ : ମାଲକାନଗିରି ଜିଲ୍ଲା ସଦର ମହକୁମାର ତାରିଣୀ ମନ୍ଦିର ନିକଟରେ ଯାଇଥିବା ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତାରେ ଆଜି ସନ୍ଧ୍ୟାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତ୍ତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ତାରିଣୀ ମନ୍ଦିର ନିକ୍ତ ଦେଇ ଯାଇଥିବା ଏହି ମୁଖ୍ୟ ସଡକରେ ଜିଲ୍ଲା ସଦରରେ ଥିବା ଆଶ୍ରିବାଦ କଲୋନୀର ବୁଦୁରା ନାମକ ଯୁବକ ଏକ ମୋଟର ସାଇକେଲ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଅପର ପକ୍ଷରୁ ଆସୁଥିବା ଏକ ଅଟୋକୁ ଧକ୍କା ଦେଇଥିଲା । ଯାହା ଫଳରେ ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଗୁରୂତର ହୋଇପଡିଥିଲେ ଓ ଅଟୋ ଚାଳକ ମଧ୍ୟ ଆହତ ହୋଇଥିଲେ । ଖବର ପାଇ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହୟତାରେ ବୁଦୁରା ଓ ଅଟୋ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା । ସେଠାରେ ତାଙ୍କ ଅବସ୍ତା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ଅଟୋ ଚାଳକ ମଧ୍ୟ ଆହତ ହୋଇଥିବା ବେଳେ ତାଙ୍କର ଚିକିତ୍ସା ଜିଲ୍ଲା ଚିକିତ୍ସାଳୟରେ ଜାରି ରହିଥିବା ଜଣା ପଡିଛି ।
