ଆସିକାରେ ଆଶାୟୀ ମାନଙ୍କ ପକ୍ଷରୁ ବିଜୁ ଜୟନ୍ତୀ ନାମରେ ଶକ୍ତି ପ୍ରଦର୍ଶନ…

add-all

ବ୍ରହ୍ମପୁର : ଆଜି ବିଜୁ ଜୟନ୍ତୀ ଅଵସର କୁ ଆଳ କରି ଆସିକା ରେ ପୃଥକ ପୃଥକ ସ୍ଥାନରେ ଶକ୍ତି ପ୍ରଦର୍ଶନ। ନିର୍ବାଚନ ଯେତିକି ନିକଟତମ ହେଉଛି ଅଶାୟୀଙ୍କ ସଂଖ୍ୟ ଆସିକା ରେ ବଢିବାକୁ ଲାଗିଛି। ଟାଉନହଲ ଠାରେ ବିଧାୟିକା ଗୋଷ୍ଟି ପକ୍ଷରୁ ଆଜି ଶେଷ ଶକ୍ତି ପ୍ରଦର୍ଶନ କରିଥିବା ନେଇ ଚର୍ଚ୍ଚା ହୋଇଛି।ସେପଟେ ବିଜେଡ଼ି ର ଆଗ ଧାଡ଼ିର ତଥା ବିଧାୟିକା ବିରୋଧି ଗୋଷ୍ଟି

ପକ୍ଷରୁ ହରିହର ହାଇସ୍କୁଲ ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ଆୟୋଜନ କରାଯାଇଥିଲା। ଏହି ସଭାରେ ଯୋଗ ଦେଇଥିବା ବହୁ ନେତା କହିଥିଲେ ଏଥର ଆସିକା ରେ ପରିବର୍ତ୍ତନ ନିହାତି ଜରୁରୀବୋଲି ମତବ୍ୟକ୍ତ କରିଥିଲେ। କର୍ମୀ ଓ କୁଜି ନେତା ମାନେ ନିଜ ନିଜ ନିଜର ସମର୍ଥକ ମାନଙ୍କୁ ଉଭୟ ସଭା ସ୍ଥଳକୁ ନେଉଥିବା ଦେଖିବାକୁ ମିଳିଛି। ଏଥର ପରିବାର ବାର ରାଜନୀତି କୁ ଦୂର କରିବା ପାଇଁ ମା ପୁଅ ହଟାଓ ଅଭିଯାନ ଦୀର୍ଘ ଦିନ ହେଲା ଆସିକା ରେ ଚାଲିଛି। ଆଗାମୀ ସାଧରଣ ନିର୍ବାଚନ ରେ ନୂଆ ମୁହଁ ଦେବାକୁ ଉଭୟ ଗୋଷ୍ଠିର ଥିବା ଆଶାୟୀ ମାନଙ୍କ ମଧ୍ୟରେ ଗୁପ୍ତ ବୈଠକ ରେ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି। ଆସିକା ରେ ଯେଉଁ ଭଳି ଗୋଷ୍ଟି କନ୍ଦଳ ତୀବ୍ରତର ହୋଇଛି। ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଦିର୍ଘ ଦିନ ଶାସକ ଦଳ କବ୍ଜାରେ ରହିଛି।ନୂଆ ମୁହଁ କୁ ସୁଯୋଗ ନ ଦେଲେ ଏହି ଗଡ଼ ହାତରୁ ଖସି ଯିବାର ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.