ରାଜନଗର ପୂର୍ତ୍ତ ବିଭାଗର ଅହେତୁକ ପ୍ରୋତ୍ସାହନରେ ମାଟିରେ ଟ୍ରାଫିକ୍ ପୋଷ୍ଟ କରି ଵିଲ୍ ନେଇ ଠିକାଦାର ଛୁ

add-all

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ପୁର୍ତ୍ତ ବିଭାଗ ସଵ୍ ଡିଭିଜନ ଅଧିନରେ ରାଜନଗର ସଦର ମହକୁମା ଆଇସିଆ ବ୍ୟାଙ୍କ ସାମ୍ନାରେ ଟ୍ରାଫିକ୍ ପୋଷ୍ଟ ଅଳ୍ପ ଦିନ ହେବ ନିର୍ମାଣ ହୋଇଥିଲା। ସେହି ଟ୍ରାଫିକ୍ ପୋଷ୍ଟ ଏତେ ନିମ୍ନମାନର କରାଯାଇଥିଲା ଯାହାକି ଷଣ୍ଢ ଶିଙ୍ଗରେ ଭାଙ୍ଗିଯାଇ ମାଟି ବାହାରିପଡିଲା ଏଵଂ ବିଭାଗିୟର ସ୍ବଛତା ପଦାକୁ ଆଣିଲା । ବିବରଣୀରୁ ପ୍ରକାଶ ପୁର୍ତ୍ତ ବିଭାଗର କଙ୍କ୍ରିଟ୍ ରାସ୍ତା ଠାରୁ ଆରମ୍ଭ କରି ପିଚୁ କାର୍ଯ୍ୟ,ଗଛରେ ରଙ୍ଗ ଦେବା ଅତି ନିମ୍ନମାନର ହେଉଥିବା ବେଳେ ମାଟି ଘୋଡାଇ ଉପରେ କଙ୍କ୍ରୀଟ କଲା ଭଳି ଚାରିପଟେ ସିମେଣ୍ଟରେ ଆଛାଦିତ କରି ଠିକାଦାର ତାଙ୍କର ବିଲ୍ ନେଇ ଚାଲିଗଲେ।ବିଭାଗୀୟର ଦୂରଦୃଷ୍ଟି ଅଭାବରୁ ଠିକାଦାରଙ୍କୁ ପୋଷିବାକୁ ଆଗ୍ରହ ଦେଖାଇ, ବାଇପାସ୍ ତିନିକୋଣିଆ ମୁଖ୍ୟ ରାସ୍ତାରେ ସଙ୍କୁଚିତ ଭାବେ ଟ୍ରାଫିକ୍ ପୋଷ୍ଟ ତିଆରି କରାଯାଇଥିଲା। ଏହି କାର୍ଯ୍ୟ ନିମ୍ନମାନର ହୋଇଥିଵା ଵେଳେ କେତେବେଳେ ଗାଡି ଵାଜି ଭାଙ୍ଗିଯିବା ଆଶଙ୍କାରେ ଟ୍ରାଫିକ୍ ପୋଷ୍ଟରେ ନିୟମ ଅନୁଯାଇ ଗାଡି ଯାତାୟତ ନକରି ଗୋଟିଏ ପଟ ରାସ୍ତାରେ ଯାତାୟତ କରୁଛନ୍ତି। ପୂର୍ତ୍ତ ବିଭାଗର ଯେଉଁ କାର୍ଯ୍ୟ ହେଉଛି ସେଥିରେ କାର୍ଯ୍ୟ ତଦାରଖ କରିବାକୁ ବିଭାଗୀୟ ଅଧିକାରୀ ଉପସ୍ଥିତ ରୁହନ୍ତି ନାହିଁ। ସମ୍ପୃକ୍ତ ଠିକାଦାରମାନେ ତାଙ୍କର ମନମାନିରେ ଯେନେତେନେ ପ୍ରକାର କାର୍ଯ୍ୟ କରି ଅର୍ଥ ହାତେଇ ନେଇ ଥାନ୍ତି। ସରକାରଙ୍କର ଅର୍ଥ ପାଣିରେ ପଡୁଥିବା ବେଳେ ତିଆରି କରାଯାଇଥିବା ଟ୍ରାଫିକ୍ ପୋଷ୍ଟ କାମରେ ନ ଆସି ଭାଙ୍ଗିଯାଇ ମାଟି ଦିଶୁଛି। ଏହି ଟ୍ରାଫିକ୍ ପୋଷ୍ଟ ପ୍ରମାଣିତ କରିଦେଇଛି ପୂର୍ତ୍ତ ବିଭାଗର କାର୍ଯ୍ୟ କେତେଗୁଣ ମାନର ଓ ସ୍ବଛତା ତାହା ଏଠାରେ ସର୍ଵସାଧାରଣରେ ପ୍ରମାଣିତ ହେଉଛି । ଦେଖାଯାଉ ଵିଭାଗୀୟ ଏଥିରେ କି ପ୍ରକାର ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ କରୁଛି।

ad-week
Leave A Reply

Your email address will not be published.