
ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶିକ୍ଷାଧିକାରୀଙ୍କ ଅପାରଗତା ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ଯୋଗୁ ଵ୍ଲକ ଶିକ୍ଷା ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଯାହାକି ଶିକ୍ଷକଙ୍କର ଏକପ୍ରକାର ଅଫର୍ ମିଳିଛି ଛାତ୍ରଛାତ୍ରୀ ମାନଙ୍କୁ ସେ ଅଫର୍ ଟିହେଉଛି ମଧ୍ୟାହ୍ନ ଭୋଜନ ରୋଷେଇ ନ ହୋଇ ପିଲାମାନେ ରନ୍ଧା ଖାଦ୍ୟ କାଗଜପତ୍ରରେ ଖାଇଛନ୍ତି ଵୋଲି ପୋର୍ଟାଲରେ ବଡବାବୁ ମାନଙ୍କୁ ଜଣାଇ ଖୁସ୍ କରାଇଛନ୍ତି। ପିଲାମାନେ ନିୟମିତ ବିଦ୍ୟାଳୟକୁ ଆସୁଥିଲେ ମଧ୍ୟ କେତେକ ସ୍କୁଲରେ ଶିକ୍ଷକ ନିୟମିତ ଆସୁନଥିଲେ । ସମ୍ପୃକ୍ତ ସିଆରସି ବିଆରସି ଓ ଏବିଓଙ୍କ ମଧୁଚନ୍ଦ୍ରିକାରେ କାଗଜ କଲମରେ ନିୟମିତ ଦର୍ଶାଈ ମାସକୁ ମାସ ସମ୍ପୂର୍ଣ୍ଣ ଦରମା ନେଇ ପୁନର୍ମୂଷିକ ଭବ ହେଉଥିଲେ। ଯାହା ଭାଗବଣ୍ଟା କାରବାର ହୁଏ ସେଥିରେ ବ୍ଲକ ଶିକ୍ଷାଧିକାରୀ ସନ୍ତୁଷ୍ଟ ହୋଇ ସଵୁ ଜାଣି ଅଜଣା ଲଡୁ ଖାଇଦିଅନ୍ତି। ଶିକ୍ଷାଧିକାରୀ ଓ ସିଆରସିଙ୍କ ଜଣାତରେ ସ୍କୁଲରେ ତାଲା ଝୁଲୁଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ (ପିଏମପୋଷଣ) ପୋର୍ଟାଲରେ ରୋଷେଇ ନହୋଇ ଶତ ପ୍ରତିଶତ ରୋଷେଇ ହୋଇଥିବା ଛାତ୍ରଛାତ୍ରୀ ରନ୍ଧାଖାଦ୍ୟ ଖାଇଥିବାଦର୍ଶାଯାଇ ଦୁର୍ନୀତିକୁ ଆପଣାଇ ନେଇଛନ୍ତି । ଗତକାଲି ପଞ୍ଚାୟତ ରାଜ ଦିବସ ଉପଲକ୍ଷେ ସ୍କୁଲ ଗୁଡିକ ଅବଜର୍ଭେସନ ଡେ ଘୋଷଣା ହୋଇଥିଲା ,ସେଥିପାଇଁ ରୋଷେଇ ନ ହୋଇ ପୋର୍ଟାଲରେ କିନ୍ତୁ ପିଲାମାନେ ରନ୍ଧା ଖାଦ୍ୟ ଖାଇଲେ ବୋଲି ଦର୍ଶାଯାଇଛି। ଏହାକୁ ନେଇ ସ୍କୁଲମାନଙ୍କରେ ଏପରି ଦୁର୍ନୀତି ଘଟୁଥିବାରୁ ମଧ୍ୟାହ୍ନ ଭୋଜନର ସ୍ବଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜନଗର ବ୍ଲକରେ 228ଟି ସ୍କୁଲ ରହିଥିବା ବେଳେ 10,524 ଜଣ ଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଉଛି।ହେଲେ ଏହି ସ୍କୁଲମାନଙ୍କରେ 21ଜଣ ଛାତ୍ରଛାତ୍ରୀଙ୍କୁ ଅନୁପସ୍ଥିତ ଦର୍ଶାଯାଇଛି। 100ଟି ଵିଦ୍ୟାଳୟରେ 10,500ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଵନ୍ଦ ରହିଥିବା ଉଲ୍ଲେଖ ରହିଛି। ସ୍କୁଲମାନଙ୍କରେ ତାଲା ଝୁଲୁଥିବା ବେଳେ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ନ ଆସି କିପରି ମଧ୍ୟାହ୍ନ ଭୋଜନ ଖାଇଲେ ? ନା ଭୂତ ଖାଇଲା ପୋର୍ଟାଲରେ କିପରି ମିଥ୍ୟା ରିପୋର୍ଟ ଦର୍ଶାଗଲା, ତାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି। ଏହି ମଧ୍ୟାହ୍ନ ଭୋଜନ ଦ୍ରବ୍ୟ ହଡପ ପଛରେ ସିଆରସି ବିଇଓଙ୍କ ସମ୍ପୃକ୍ତି ଥିବା ଵ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଅଭିଭାବକମାନେ ମତଦେଇଛନ୍ତି। ଆହୁରି ମଧ୍ୟ ଲୋକମାନେ ଅଭିଯୋଗ କରିଛନ୍ତି ।କେତେକ ସିଆରସି ମଧ୍ୟାହ୍ନ ଭୋଜନର ଅନୀୟମିତତା କରୁଥିବା ତାଳଚୁଆ ଅଞ୍ଚଳ ସମେତ କଣ୍ଡିରା ପଞ୍ଚାୟତର କେତେକ ସ୍କୁଲର ଶିକ୍ଷକ ଅନୁପସ୍ଥିତ ରହୁଥିଵା ନିତିଦିନିଆ ଘଟଣା। ସେଥିପାଇଁ ମାସିକିଆ ଦାନ ଆଦାୟ ହୁଏ, ସେଥିରୁ ସିଆରସି ଦ୍ବାରା ଏଵିଓ ଏଵଂ ବ୍ଲକ ଶିକ୍ଷାଧିକାରୀଙ୍କ ଭାଗ ଥିବାରୁ ଏନେଇ ଅଭିଯୋଗ ହେଲେ ମଧ୍ୟ କର୍ଣ୍ଣ ପାତ କରନ୍ତି ନାହିଁ। ସେଥିପାଇଁ ନକଲି ଓ ଅନୀୟମିତ ପ୍ରମାଣପତ୍ରରେ ଚାକିରି କରିଥିବା ଶିକ୍ଷକଙ୍କୁ ଘଣ୍ଟ ଘୋଡ଼ାଇ ଚାଲିଛନ୍ତି ଶିକ୍ଷାଧିକାରୀ । ଯାହାକି ବ୍ଲକ ଶିକ୍ଷାଧିକାରୀଙ୍କ ନା ରେ ପୁଳା ପୁଳା ଅଭିଯୋଗ ଲାଗିରହିଛି। ଏହାର ଉଚସ୍ତରୀୟ ତଦନ୍ତ କରାଯାଇ ଘର ପାଖରେ ଥିବା ଶିକ୍ଷକ, ସିଆରସିଙ୍କୁ ଵଦଳି କଲେ ବ୍ଲକ ଶିକ୍ଷା ବିଭାଗରେ ସ୍ବଛତା ବଜାଇ ରହିପାରିବ। ତାହା ନ ହେଲେ ଗ୍ରାମାଞ୍ଚଳରେ ଶିକ୍ଷକଙ୍କ ପ୍ରତି କଠୋର ମନୋଭାବ ସୃଷ୍ଟି ହେଵ ଵୋଲି ଲୋକମାନେ କହିଛନ୍ତି।