ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇ ଲୁଟି ନେଲେ ୯୦ ହଜାର ଟଙ୍କା

add-all

ଢେଙ୍କାନାଳ: ଦିନିକୁ ଦିନ ବଢିଚାଲିଛି ଲୁଟପାଟ୍। କେହି ଘରେ ପଶି ଲୁଟୁଛନ୍ତି ତ ଆଉ କିଛି ଲୋକଙ୍କୁ ନିଶା ଦେଇ ଲୁଟୁଛନ୍ତି ଲୁଟେରା। ଢେଙ୍କାନାଳରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି। ବସ୍ ଭଡ଼ା ପାଇଁ ୧୫ ଶହ ଟଙ୍କା ଦେଇଥିଲେ ଆଡ଼ଭାନ୍ସ। ଆଉ ତା ପରେ ନିଶା ଦେଉ ଲୁଟିନେଲେ ୯୦ ହଜାର ଟଙ୍କା। ଢେଙ୍କାନାଳ ଜିଲ୍ଲା ଭୁବନରେ ଥିବା ପେଟ୍ରୋଲ ପମ୍ପ ନିକଟରେ ନିଶା ଦେଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ଦାସ୍ ଆଣ୍ଡ୍ ଦାସ୍ ନାମକ ବସଟି ଯାଜପୁରରୁ ଭୁବନ ଯାଉଥିଲା । ଯାତ୍ରୀମାନଙ୍କୁ ଭୁବନରେ ଓହ୍ଲାଇବା ପରେ ସେଥିରେ କିଛି ଦୁର୍ବୃତ୍ତ ଚଢ଼ିଥିଲେ । ୩୦ ଜଣ ଶ୍ରମିକ ଯାଜପୁର ଯିବେ କହି ୧୫ ଶହ ଟଙ୍କା ଆଡଭାନ୍ସ ଦେଇଥିଲେ। ପରେ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ସିଗାରେଟ୍ ଏବଂ ନିଶା ଦ୍ରବ୍ୟ ମିଶା କୋଲଡ୍ରିଙ୍କସ ପିଆଇଥିଲେ। ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଅଚେତ ହେବା ପରେ ସେମାନଙ୍କଠାରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁବୃର୍ତ୍ତ ।

ଭୁବନର ଜଣେ ବ୍ୟବସାୟୀ ମୋବିଲ କିଣା ବାବଦକୁ ବସ୍ କର୍ମଚାରୀଙ୍କ ହାତରେ ୯୦ ହଜାର ଟଙ୍କା ଯାଜପୁରର ଜଣେ ଡିଲରଙ୍କ ପାଖକୁ ପଠାଇଥିଲେ । ବସ୍‌ର ସମସ୍ତ କର୍ମଚାରୀ ଅଚେତ ହୋଇଯିବା ଦେଖି ଦୁର୍ବୃତ୍ତମାନେ ସେହି ଟଙ୍କାକୁ ନେଇ ଚମ୍ପଟ ମାରିଛନ୍ତି ।

ad-week
Leave A Reply

Your email address will not be published.