ଟିପିଏସଓଡିଏଲ୍ ପକ୍ଷରୁ ଲାଇନମ୍ୟାନ ଦିବସ ଓ ଜାତୀୟ ସୁରକ୍ଷା ଦିବସ ପାଳିତ

youtube

ବ୍ରହ୍ମପୁର : ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ଲାଇନମ୍ୟାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼(ଟିପିଏସଓଡିଏଲ୍)ରେ ଲାଇନମ୍ୟାନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଟିପିଏସଓଡିଏଲ୍, ଲାଇନମ୍ୟାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବା ସହ ପ୍ରତିଟି ଘରକୁ ଆଲୋକିତ କରିବାରେ ସେମାନଙ୍କ ନିଷ୍ଠା ପ୍ରତି କୃତଜ୍ଞତା ଜଣାଇଛି।

କର୍ପୋରେଟ ଅଫିସ ସମେତ ୧୯ ଟି ଡିଭିଜନ ଓ ୬ ଟି ସର୍କଲରେ ଲାଇନ୍ ମ୍ୟାନ ଦିବସ ପାଳିତ ହୋଇଛି। ୨୦୦ ରୁ ଉର୍ଦ୍ଧ୍ବ ପରିଶ୍ରମୀ ନିଷ୍ଠାବାନ ଲାଇନ୍ ମ୍ୟାନଙ୍କୁ ସେମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। କର୍ତ୍ତବ୍ୟ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକୁ ସୁନିଶ୍ଚିତ କରେ।

ଅନ୍ୟ ପକ୍ଷରେ ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସରେ ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି ଅବସରରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, ” ବିଦ୍ୟୁତ ବିତରଣ କ୍ଷେତ୍ରରେ ଲାଇନ୍ ମ୍ୟାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ କମ୍ପାନୀର ମେରୁଦଣ୍ଡ ସଦୃଶ। ଆଜିର ଚତୁର୍ଥ ଲାଇନ୍ ମ୍ୟାନ ଦିବସରେ ମୁଁ ସେମାନଙ୍କ ପରିଶ୍ରମକୁ ପ୍ରଶଂସା କରୁଛି। ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ହିଁ ଆମେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ପାରୁଛୁ। ମୁଁ ଲାଇନ ମ୍ୟାନଙ୍କୁ ଓ ସେମାନଙ୍କ ପରିବାରକୁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ଲାଇନ ମ୍ୟାନଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଉଛି।”

ଏହା ସହ କମ୍ପାନୀ ପକ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ୨୦୨୪ ର ଆରମ୍ଭ କରାଯାଇଛି, ଯାହାର ଥିମ୍ ରହିଛି “ଫୋକସ ଅନ୍ ସେଫ୍ଟି ଲିଡରସିପ ଫର୍ ଇଏସଜି ଏକ୍ସଲେନ୍ସ”।  କର୍ମକ୍ଷେତ୍ରରେ ‘ଜିରୋ ହାର୍ମ’ ଲକ୍ଷ୍ୟ ହାସଲ ପାଇଁ ଅନୁକରଣୀୟ ସୁରକ୍ଷା ଅଭ୍ୟାସ ଓ ଉପକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସମ୍ବଳିତ ଏକ ସେଫ୍ଟି ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା। ଜାତୀୟ ସୁରକ୍ଷା ସପ୍ତାହ ଉପଲକ୍ଷେ ଏହି ମାସରେ ଗଳ୍ପ, ସେଫ୍ଟି କୁଇଜ୍ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବାକୁ ଯାଉଛି।

Leave A Reply

Your email address will not be published.