ଖ୍ରୀଷ୍ଟ ନଗର ସାହିରେ ପାନୀୟ ଜଳ ସମସ୍ୟା

add-all

ନୂତନ ନଳକୂପ ପାଈଁ ସାହି ବାସିନ୍ଦାଙ୍କ ଦାବୀ

ଦାରିଙ୍ଗବାଡି, ୬/୩ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମ ପଞ୍ଚାୟତ ମହକୁମା ସ୍ଥିତ ଖ୍ରୀଷ୍ଟନଗର ସାହିରେ ବିଶୁଧ ପାନୀୟ ଜଳ ସମସ୍ୟା ଲାଗିରହିଛି। ପାଇପ ଲାଇନ ଯୋଗେ ସପ୍ଲାଇ ପାଣିର ବ୍ୟବସ୍ତା ରହିଛି, ହେଲେ ଗୋଳିଆ ପାଣି ଆସୁ ଥିବାରୁ କ୍ରିଷ୍ଟନଗର ସାହିର ପ୍ରାଯ ୩୦ ପରିବାର ସଦସ୍ୟ ବିଶୁଦ୍ଧ ପାନୀୟ ଜଳ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଯାହାରି ଫଳରେ ବାଧ୍ୟ ହୋଇ ପରିତ୍ୟକ୍ତ ଅବସ୍ଥାରେ ଥିବା କୁଅ ପାଣି ପାନୀୟ ଜଳ ଭବେ ବ୍ୟବହାର କରୁଥିବା ସାହି ବାସିନ୍ଦା ସୂଚନା ଦେଇଛନ୍ତି। ଏପାଖରେ ଗ୍ରିଷ୍ମ ପ୍ରଭାବ ଆରମ୍ଭରୁ କୁଅ ପାଣି ଶୁଖି ଯାଉଥିବାରୁ ସାହି ବାସିନ୍ଦା ଚିନ୍ତାରେ ପଡ଼ିଛନ୍ତି। ଖ୍ରୀଷ୍ଟ ନଗରରେ ସାହି ବାସିନ୍ଦା ସରପଞ୍ଚଙ୍କୁ ପାନୀୟ ଜଳ ସମସ୍ୟା ନେଇ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ପାଇ ନଥିବା ସାମାଜିକ କର୍ମୀ କାଶୀନାଥ ସିଂ କହିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଶୁଦ୍ଧ ପାଣି ଯୋଗଇ ଦେବା ସହିତ ନୂତନ ନଳ କୁପ ଯୋଗାଇ ଦେବାକୁ ଖୀଷ୍ଟ ନଗର ସାହି ବାସୀ ଦାବୀ କରି ଛନ୍ତି।

ad-week
Leave A Reply

Your email address will not be published.