ମାଲିକାଣିଙ୍କୁ ହତ୍ୟା କରି ଗିରଫ ହେଲା କାଠମିସ୍ତ୍ରୀ

add-all

ଭୁବନେଶ୍ବର: ଏକତରଫା ପ୍ରେମର କରୁଣ ପରିଣତି। ପ୍ରେମ ନେଲା ମାଲିକାଣୀର ଜୀବନ। ଗିରଫ ହେଲା ହତ୍ୟାକାରୀ କାଠମିସ୍ତ୍ରୀ। ମୃତ ମହିଳାଙ୍କ ସ୍ୱାମୀଙ୍କ ଦୋକାନରେ କାମ କରୁଥିଲା ଅଭିଯୁକ୍ତ ନନ୍ଦ କିଶୋର ଓଝା। ଏକତରଫା ପ୍ରେମ କରି ବିଫଳ ହେବାରୁ ମଙ୍ଗଳାବାର ସନ୍ଧ୍ୟାରେ ମହିଳାଙ୍କୁ ହତ୍ୟା କରିଥିଲା ପ୍ରେମିକ। ମୃତ ମହିଳା ଜଣଙ୍କ ହେଉଛନ୍ତି ବାଲେଶ୍ବରର ଗୀତାଞ୍ଜଳି ରଞ୍ଜିତ।

୬ ଦିନ ଧରି ହତ୍ୟାକାରୀ ଲୁଚିଥିବା ବେଳେ ଗିରଫ କରି ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ ରିକ୍ରିଏସନ କରିଛି କମିଶନରେଟ୍ ପୋଲିସ। ଗତ ୨୭ ତାରିଖରେ ଗୀତାଞ୍ଜଳିଙ୍କୁ ଆକ୍ରମଣ ହୋଇଥିବା ବେଳେ ୨୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ମାଲିକାଣିଙ୍କୁ କିଭଳି ହତ୍ୟା କରିଥିଲା ପୋଲିସକୁ ତାର ଡେମୋ ଦେଖାଉଛି ଅଭିଯୁକ୍ତ।

ସୂଚନା ଅନୁସାରେ ଅଭିଯୁକ୍ତ ହତ୍ୟା କରିଥିବା ଗୀତାଞ୍ଜଳୀଙ୍କ ସ୍ବାମୀଙ୍କର ମୋବାଇଲ ଦୋକାନର କାଠ କାମ କରିଥିଲା। ଏପରିକି ଦୋକାନର ଇଣ୍ଟେରିୟର କାମ କରୁଥିବା ବେଳେ ମହିଳାଙ୍କର ପ୍ରେମରେ ପଡିଯାଇଥିଲା। ଆଉ ୨୦ଦିନ ପ୍ରେମରେ ଉବୁଟୁବୁ କାଠ ମିସ୍ତ୍ରୀ ଶେଷରେ ତାକୁ ପାଇବା ପାଇଁ ପ୍ରେମ ନିବେଦନ କରିଥିଲା। ଏକତରଫା ପ୍ରେମକୁ ପାଇବା ପାଇଁ ପ୍ରାଣ ପଣେ ଚେଷ୍ଟା କରିଥିଲା କାଠମିସ୍ତ୍ରୀ। ଅଭିଯୁକ୍ତ ମାଲିକାଣୀକୁ ନେଇ ଫେରାର ହେବା ପାଇଁ ମନସ୍ଥ କରିଥିଲା । ଏହି ପ୍ରସ୍ତାବରେ ଗୀତାଞ୍ଜଳି ରାଜି ନହେବା କାରଣରୁ ପ୍ରେମିକ ଛୁରୀ ଭୁସି ହତ୍ୟା କରିଥିଲା।

ହତ୍ୟା ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲା ଅଭିଯୁକ୍ତ। ଅନ୍ୟପଟେ ଛୁରୀରେ ଆକ୍ରମଣ କରିବା ପରେ ପ୍ରଥମେ ମହିଳାଙ୍କୁ ସ୍ଥାୟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତ ୨୮ ତାରିଖ ବୁଧବାର ଦିନ ସେ ପ୍ରାଣ ହରାଇଥିଲେ। ଏହାପରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ad-week
Leave A Reply

Your email address will not be published.