ଫୁଲବାଣୀ : କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି l ପ୍ରଥମେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରୁ ଏକ ରାଲି ରେ କଲେଜ ଛାତ୍ରୀ, ଅଙ୍ଗନବାଡି କର୍ମୀ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ବାହାରି ସହର ପରିକ୍ରମା କରି ପଂଚାୟତ ଭବନରେ ପହଂଚିଥିଲେ l ତାପରେ ମହିଳା ଦିବସ ପାଳନ କାର୍ଯ୍ୟକ୍ରମ କନ୍ଧମାଳ ଏ ଡି ଏମ ଓ ପ୍ରଦୀପ କୁମାର ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l ଡି ଏସ ଡବ୍ଲ୍ୟୁ ଓ ଶ୍ରୀମତୀ ସରୋଜବାଳା ଆଚାର୍ଯ୍ୟ,ନାବାର୍ଡ, ଡି ଡି ଏମ ସଂଜୀବ କୁମାର ମହାନ୍ତି, ଡି ସି ପି ଓ ରଶ୍ମିତା କରନ, ରବୀନ୍ଦ୍ର କୁମାର ପଣ୍ଡା,ସହ ସମ୍ପାଦକ ବନବାସୀ ସେବା ସମିତି, ଧର୍ମେନ୍ଦ୍ର ତାଣ୍ଡି ଏ ଡି ପି ଏଚ ଓ ସି , ଯଶସ୍ୱିନୀ ମହାନ୍ତି ପ୍ରଦୀପ କୁମାର ସ୍ୱାଇଁ ସ୍ଵାତି ର ପ୍ରୋଗ୍ରାମ ମ୍ୟାନେଜର୍ ପ୍ରମୁଖ ଅତିଥି ରୂପେ ସଭାରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ମହିଳା ମାନଙ୍କ ର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ଉପରେ ଆଲୋଚନା କରାଯାଇଥିଲା lମହିଳା ମାନଙ୍କର ସମାଜରେ ଥିବା ବିଭିନ୍ନ ଭୂମିକା ଉପରେ ଶ୍ରୀମତୀ ଆଚାର୍ଯ୍ୟ ଅତି ସୁନ୍ଦର ଭାବରେ ବୁଝାଇଥିଲେ l ନାରୀ ସଶକ୍ତି କରଣ ପାଇଁ ଅର୍ଥନୈତିକ ବିକାଶ ଜରୁରୀ ଅଟେ l ତେଣୁ ସମସ୍ତ ମହିଳା ଆତ୍ମନିର୍ଭର ହେବା ଆବଶ୍ୟକ l ନିଜର ପସନ୍ଦକୁ ନିଜେ ପ୍ରଥମେ ଜାଣିବାକୁ ହେବ, ଯେତେବେଳେ ଅସୁବିଧାର ସମ୍ମୁଖୀନ ହେବ ମୁହଁ ଖୋଲିବାକୁ ହେବ, ସର୍ବୋପରି ନାରୀ ଶିକ୍ଷା ସମାଜ ଗଠନ ରେ ମୁଖ୍ୟ ଭୂମିକା ନିଏ ବୋଲି ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ l ଏ ଡି ଏମ ଓ ଶ୍ରୀ ଜେନା ଦୁଇଟି ସୁନ୍ଦର କବିତା ମାଧ୍ୟମରେ ଜଣେ ଝିଅ ଓ ଜଣେ ମାର ଭାବନାକୁ ପ୍ରକାଶ କରିଥିଲେ l ଏହା ବ୍ୟତୀତ ଶ୍ରୀମତୀ କଳ୍ପନା ମହାନ୍ତି ମହିଳା ସହାୟତା କେନ୍ଦ୍ର ଘରୋଇ ହିଂସା,ଶ୍ରୀମତୀ ସରିତା ପଟ୍ଟନାୟକ କାଉନ୍ସିଲର ପାରିବାରିକ ବୁଝାମଣା ଓ ହିଂସା ଓ ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ମଧ୍ୟ ବାଲ୍ୟ ବିବାହ ଉପରେ ଆଲୋଚନା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ କଲେଜର ଛାତ୍ରୀ, ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଏସ ଏଚଜିର ସଭ୍ୟା ଓ ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ l ମହିଳା ଓ ଶିଶୁ ବିକାଶ ବିଭାଗରେ ଭଲ କାମ କରୁଥିବା କର୍ମୀ ମାନଙ୍କୁ ପୁରସ୍କାର ସହିତ ସମ୍ମାନିତ କରାଯାଇଥିଲା l ଦୁଇ ଜଣ କିଶୋରୀ ବାଳିକା ଓ ଜଣେ କିଶୋର ବାଳକ ସମ୍ମାନିତ ହୋଇଥିଲେ l ଏହି କାର୍ଯ୍ୟକ୍ରମକୁ ରେଡ଼ିଓ ମୁସକାନର ମୁସକାନ ସୁଆର ପରିଚାଳନା କରୁଥିଲେ l ଶେଷରେ କନ୍ଧମାଳ ପି ଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l
