ତଲାସି ଅଭିଯାନ ବେଳେ ୫କିଲୋ ଓଜନର ଆଇଡି ବୋମା ଜବତ

add-all

ମାଲକାନଗିରି, ୬।୩ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁରରେ ତଲାସି ଅଭିଯାନ ବେଳେ ଗୋଟିଏ ଆଇଡି ବୋମାକୁ ଉଦ୍ଧାର କଲେ ଯବାନ । ମିଳିଥିବା ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ଚେରପାଲ କ୍ୟାମ୍ପରୁ ସିଆରପିଏଫର ଯବାନ ମାନେ ଗଙ୍ଗାଲୁର ରାସ୍ତାରେ ସୁରକ୍ଷା ବ୍ୟବସ୍ତା ନିମନ୍ତେ ତଲାସି ଅଭିଯାନ କରୁଥିଲେ। ଏହି ସମୟରେଯବାନଙ୍କ ବୋମା ନିଷ୍କ୍ରିୟ କାରୀ ଦଳ ତଲାସି ବେଳେ ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ପାଞ୍ଚ କିଲୋଗ୍ରାମର ଏକ ଆଇଡି ବୋମାକୁ ଗଙ୍ଗାଲୁର ରାସ୍ତା କଡରୁ ଉଦ୍ଧାର କରି ନିଷ୍କ୍ରିୟ କରିଥିଲେ । ତେବେ ଯବାନ ଙ୍କ ଚତୁରତା ଯୋଗୁଁ ମାଓବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଥିବା ବେଳେ ଯବାନ ମାନେ ସେହି ଅଞ୍ଚଳରେ ତଲାସି ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି ।

ad-week
Leave A Reply

Your email address will not be published.