ଅଭିନବ ଏଗ୍ରୋ ଫରେଷ୍ଟ୍ରୀ ଉପରେ ଜ୍ଞାନ ସଂଗ୍ରହ ନିମନ୍ତେ ଦୁଇଦିନିଆ ତାଲିମ ପାଇଁ ୪୦ଜଣ କୃଷକଙ୍କ ଭୁବନେଶ୍ୱର ଗସ୍ତ

add-all

ମାଲକାନଗିରି : ଅଭିନବ ଏଗ୍ରୋଫରେଷ୍ଟ୍ରୀ ଉପେର ଜ୍ଞାନ ସଂଗ୍ରହ ନିମନ୍ତେ ଦୁଇଦିନିଆ ତାଲିମ ସହ ପରିଦର୍ଶନ ନିମନ୍ତେ ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ବ୍ଲକୁ ମୋଟ ୪୦ ଜଣ କୃଷକଙ୍କୁ ନେଇ ଦୁଇଦିନିଆ ତାଲିମ ସହ ପରିଦର୍ଶନ କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ୱର ପଠା ଯାଇଛିା ଏହି ଚାଷୀମାନେ ଭୁବନେଶ୍ୱର ଓୟୁଏଟିରେ ଅଭିନବ ଏଗ୍ରୋ ଫରେଷ୍ଟ୍ରୀ ଉପରେ ଜ୍ଞାନ ସଂଗ୍ରହ ନିମନ୍ତେ ଦୁଇଦିନ ତାଲିମ ଗ୍ରହଣ କରିବା ସହ ପରିଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛିା ଏହି କାର୍ଯ୍ୟକ୍ରମକୁ ଜଳ ବିଭାଗର ପ୍ରକଳ୍ପ ଅଧିକାରୀ ମାଲକାନଗିରି ଶାନ୍ତନୁ କୁମାର ମହାପାତ୍ର ଓ ଶଙ୍କର ଖିତିଙ୍କ ତତ୍ୱାବଧାନରେ କରାଯାଇଛିା ଆଗାମୀ ଦିନରେ ଚାଷ ସହିତ ଅଭିନବ ଉପାୟରେ ପରିନପରିବା ଚାଷ ବୃକ୍ଷ ରୋପଣ, ସହିତ ବିଭିନ୍ନ ପ୍ରକାର ଚାଷ କରି କମ୍ ଖର୍ଚରେ କିପରି ଚାଷୀ ଅଧିକ ଲାଭବାନ ସହିତ ରୋଜଗାରର ବୃଦ୍ଧି ହୋଇପାରିବ ସେଥିନିମନ୍ତେ ଏହି କାର୍ଯ୍ୟକ୍ରମ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତିା ଏହି କାର୍ଯ୍ୟକ୍ରମରେ ଆଇ.ଟି.ସି.ର କାର୍ଯ୍ୟ ପରିସରର ମଧ୍ୟ କିଛି ଚାଷୀ ମାନେ ଭାଗ ନେଇଥିଲୋ

ad-week
Leave A Reply

Your email address will not be published.