ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ନିଷ୍ପତ୍ତି ନିଆଯିବ: ବିଜେଡି

add-all

ଭୁବନେଶ୍ବର: ନବୀନ ନିବାସରେ ଆଜି ୨ଟି ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି। ଅପରାହ୍ଣ ୩ଟାରୁ ୫ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବୈଠକ ହୋଇଥିଲା। ଦ୍ବିତୀୟ ପର୍ଯ୍ୟା‌ୟରେ ପୁଣି ସନ୍ଧ୍ୟା ୬ଟାରେ ବୈଠକ ବସିଥିଲା। ଦ୍ବିତୀୟ ପର୍ଯ୍ୟାୟର ବୈଠକ ଶେଷ ହେଲା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ମେଣ୍ଟ ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନରେ ସେ କହିଛନ୍ତି ଯେ, ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟଙ୍କ ନେତୃତ୍ବରେ ଓଡ଼ିଶା ସବୁ କ୍ଷେତରେ ସଫଳତା ପାଇଛି। ଓଡ଼ିଶାକୁ ‌ଶୀର୍ଷ ସ୍ତରରେ ନେବା ପାଇଁ ନବୀନ ପଟ୍ଟନାୟକ କାମ କରୁଛନ୍ତି। ଆଉ ୧୨ ପରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ରାଜ୍ୟ ଗଠନକୁ ୧୦୦ ବର୍ଷ ପୂରିବ। ଏହି ୧୦୦ ବର୍ଷ ପୂର୍ତ୍ତି ପାଇଁ ଓ ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ସ୍ବାର୍ଥ ପାଇଁ ଆବଶ୍ୟକତାକୁ ଧ୍ୟାନଦେଇ ଯାହା ଆବଶ୍ୟକ ପଡ଼ିବ ସେନେଇ ବିଜେଡି ନିଷ୍ପତ୍ତି ନେବ।

ନବୀନ ନିବାସରେ ଆୟୋଜିତ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଟୁକୁନି ସାହୁ, ଅଶୋକ ପଣ୍ଡା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା, ପ୍ରଦୀପ ଅମାତ, ଅରୁଣ ସାହୁ, ସୁଶାନ୍ତ ରାଉତ, ସଂଜୟ ଦାସବର୍ମା, ମାନସ ମଙ୍ଗରାଜ, ପ୍ରଣବ ପ୍ରକାଶ ଦାସ, ପ୍ରଣବ ବଳବନ୍ତରାୟ, ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.