ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଂଜୟସ୍ମୃତି ମହିଳା ମହାବିଦ୍ୟାଳୟ ଠାରେ ନୂଆ ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଡଃ ତନୁଜା ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସରକାର ଛାତ୍ରୀଙ୍କ ଶିକ୍ଷାର ବିକାଶ ନିମନ୍ତେ ଦଶ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଙ୍କୁ ଏଗାର ହଜାର ଟଙ୍କା ପ୍ରଦାନ କରିଛନ୍ତି । ସମସ୍ତ ବିଦ୍ୟାର୍ଥୀ ମାନେ କିପରି ଶିକ୍ଷାକୁ ଗୁରୁତ୍ଵ ଦେଇ ଭଲ ପାଠ ପଢ଼ି ଉଜ୍ବଳ ଭବିଷ୍ୟତ ଗଢି ପାରିବେ ଓ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଶିକ୍ଷା ବୃତ୍ତିର ଲାଭ ଉଠାଇବା ସହ ଆଜିକା ସୋସିଆଲ ମିଡିଆକୁ ସଠିକ୍ ଭାବେ ବ୍ୟବହାର କରି ଜୀବନରେ ସଫଳ ହୋଇପାରିବେ ବୋଲି କହିବା ସହ ନିଜେ ଅତ୍ୟନ୍ତ ଗରିବ ଶ୍ରେଣୀରୁ ଆସି ନିଜେ ଉଚ୍ଚ ଶିକ୍ଷିତ ହୋଇଥିବାରୁ ଆଜି ବିଶ୍ୱ ଦରବାରରେ ପହଞ୍ଚି ପାରିଥିବା ନିଜ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଥିବା ସମସ୍ତ ଛାତ୍ରୀଙ୍କୁ ଉପଦେଶ ଦେଇଥିଲେ । ମାନ୍ୟବର ସାଂସଦଙ୍କ ଠାରୁ ଏହିସବୁ ଉପଦେଶ ନିଜ ଜୀବନ ଗଢିବାରେ ସହାୟକ ହେବ ବୋଲି କହିଛନ୍ତି ଛାତ୍ରୀ ।ଅନ୍ୟପକ୍ଷରେ ବିଦ୍ୟାର୍ଥୀ ମାନଙ୍କୁ ଛାତ୍ରୀ ବୃତ୍ତି ସାର୍ଟିଫିକେଟ ପ୍ରଦାନ କରିଥିବାରୁ ମାନ୍ୟବର ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟସ୍ମୃତି ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ।ଏହି କାର୍ଯ୍ୟକ୍ରମକୁ ନୂଆ ଓ ନୋଡାଲ ଅଫିସର ସୁରେଶ ଚନ୍ଦ୍ର ବେହେରା ପରିଚାଳନା କରିଥିବା ବେଳେ ଅଧ୍ୟାପକ କୁଶ ନାୟକ ଧନ୍ଯବାଦ ଅର୍ପଣ କରିଥିଲେ l
