ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସିଲେଇ ମେସିନ ପ୍ରଦାନ

add-all

ମାଲକାନଗିରି : ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଅlନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ନିଯୁକ୍ତି ପ୍ରତିଷ୍ଠାନ କକ୍ଷରେ ନିର୍ଦ୍ଦେଶକ ସୁବ୍ରତ କୁମାର ଦାସଗୁପ୍ତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ରୂପେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ରତ୍ନାକର ସାହୁ ଯୋଗଦାନ କରି ମହିଳା ଦିବସ ଅବସରରେ ମହିଳା ମାନଙ୍କୁ ସଶକ୍ତକରଣ କରିବା ପାଇଁ ଉପଦେଶ ଦେଇଥିଲେ l ସ୍ୱତନ୍ତ୍ର ଅତିଥି ରୂପେ ମୁଖ୍ୟ ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେବଦତ୍ତ ସେଠୀ ଯୋଗଦାନ କରି ମହିଳାମାନଙ୍କ ଆର୍ଥିକ ପରିସ୍ଥିତି କିପରି ସୁଦୃଢ ହେବା ସହ ସେମାନେ ସ୍ୱାବଲମ୍ବୀ ହୋଇପାରିବେ ସେ ସମ୍ବନ୍ଧରେ ଅବଗତ କରାଇବା ସହିତ ସମ୍ମାନିତ ଅତିଥି ପବିତ୍ର ମୋହନ ବାରହା, ଡି.ପି.ଏମ ଏବଂ ବାଲାଜୀ ପଟ୍ଟନାୟକ, ଏ.ପି.ଡି ମହିଳା ମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଇଥିବା ପ୍ରୋତ୍ସାହନ ବିଷୟରେ ଆଲୋକପାତ କରିଥିଲେ l ମୁଖ୍ୟବକ୍ତା ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ମହିଳା ମାନଙ୍କର ସମାଜରେ କିପରି ସମ୍ମାନ ବଢିବ ଏବଂ ସେମାନେ ବିକାଶ ଧାରାରେ କିପରି ସକ୍ରିୟ ଅଂଶ ଗ୍ରହଣ କରି ପାରିବେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ l ଏହି ଅବସରରେ ଦଶ ଗୋଟି ସିଲେଇ ମେସିନ ଓ ଦଶ ଗୋଟି ଛତା ମହିଳାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଉକ୍ତ ଉତ୍ସବରେ ୭୫ରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ରହି ମହିଳା ଦିବସ ପାଳନ କରିବା ପାଇଁ ଉତ୍ସlହିତ ଥିଲେ l ରାଜଶେଖର ପଟ୍ଟନାୟକ, ବିପିନ ଶତପଥୀ ପ୍ରତ୍ୟକ୍ଷ୍ୟ ସହଯୋଗ କରିବା ସହିତ ଶ୍ରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.