ପୌରପରିଷଦ ର ମନମୁଖୀ କାର୍ଯ୍ୟରେ ଅସହାୟ ଦୁର୍ଗାଗୁଡ଼ା ଗ୍ରାମବାସୀ..

newyr25

ଉମରକୋଟ : ଭୋଟ ଯେତେ ପାଖେଇ ଆସୁଛି ନେତା ମନ୍ତ୍ରୀମାନେ ସମସ୍ତେ ସେତେ ପଦ ପାଇଁ ଦୌଡ଼ରେ ଲାଗିଛନ୍ତି, ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ସମୟ ନାହିଁ | ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା, ଉମରକୋଟ ପୌର ପରିଷଦ ଅନ୍ତର୍ଗତ ୧ନଂ ୱାର୍ଡ, ଦର୍ଗାଗୁଡ଼ା ଗ୍ରାମରେ ବିଗତ ମାସରେ ପୌରପରିଷଦର ସଫାଇ କର୍ମଚାରୀମାନେ ଆସି ନାଳ, ନର୍ଦମାରୁ ମଇଳା କାଢ଼ୀ ରୋଡ଼ ଉପରେ ରଖୀ ଚାଲି ଯାଇଛନ୍ତି, କିନ୍ତୁ ଆଜି ସୁଧ୍ୟା ସେହି ମଇଳା କାରି ବାକୁ ଆସୁ ନାହିଁ | ବାରମ୍ବାର ଗୁହାରି କରିବା ସତ୍ୟେ କେହି ଭୃକ୍ଷେପ କରୁନାହାନ୍ତି | ମଇଳା ଗୁଡ଼ାକ ଏପଟେ ସେପଟେ ବିଛାରୀ ହୋଇ ପରିବା ସହ ଭୀଷଣ ଦୁର୍ଗନ୍ଧ ହେଉଛି | ଯାହା ଫଳରେ ସେହି ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇ ପରୁଛି, ଏବିଷୟରେ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତି ନମିତା ହାଲଦାର ଉପରସ୍ତ କର୍ମଚାରୀଙ୍କୁ ବହୁଥର କହିବା ସତ୍ୟେ କୌଣସି କର୍ମଚାରୀ ତତ୍ପର ଦେଖାଉ ନାହାନ୍ତି, ୟୁ,ଭି, ନଂ -୪ ଦର୍ଗାଗୁଡ଼ା, ୱାର୍ଡ ନଂ -୧ ସମସ୍ତ ଜନତା ବିରକ୍ତ ଅନୁଭବ କରିବା ସହ ଆଗାମୀ ନିର୍ବାଚନରେ ଏହାର ଉପଯୁକ୍ତ ଜବାବ ଦିଆଯିବବଲି ଚେତାବନୀ ଦେଇଛନ୍ତି |

Leave A Reply

Your email address will not be published.