ବୁଡ଼ାଗୁଡ଼ା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟ ପକ୍ଷରୁ ୬ ଗ୍ରାମବାସୀଙ୍କୁ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା ବଣ୍ଟନ କରାଗଲା

add-all

ଦାରିଙ୍ଗବାଡି, ୯/୩ : ଦାରିଙ୍ଗବାଡି ତହସିଲ ପକ୍ଷରୁ ବୁଡ଼ାଗୁଡା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳ ଠାରେ ୬ ଗୋଟି ଗ୍ରାମ ଯଥା ସୀମାଲକିଆ, ଗୁଦ୍ରିପାଙ୍ଗା,ତିଲୋରି, ଶିରିସପାଙ୍ଗ, ବୁର୍ଡାକିଆ, ବଡାଆକିଆ ଗ୍ରାମ ବାସୀଙ୍କୁ ଗୋଷ୍ଠିଗତ ଜଙ୍ଗଲ ଅଧିକାର ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ଭଳ ଅଧିକାର ପଟ୍ଟା ବଣ୍ଟନ କରାଗଲା। ତହସିଲଦାର ଶରତ ଶବର ଅଧ୍ୟକ୍ଷତାରେ, ମୂଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ, ତିଲୋରୀ ସରପଞ୍ଚ ଶ୍ରଦ୍ଧାଞ୍ଜଳି ପ୍ରଧାନ, ବୁଡ଼ାଗୁଡା ସମିତି ସଭ୍ୟ ଶ୍ରୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ଆରଆଇ ଯସ୍ମିନl ପ୍ରଧାନ, ଅମିନ କାଶୀନାଥ ପ୍ରଧାନଙ୍କ ସହିତ ସ୍ଵେଚ୍ଛା ସେବି ଅନୁଷ୍ଠାନର ଡମ୍ବରୁଧର ଦିଗଲଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

ad-week
Leave A Reply

Your email address will not be published.