ବିଜେପି-ବିଜେଡି ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ: ବିଜୟପାଲ ସିଂ ତୋମାର

add-all

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ମେଣ୍ଟକୁ ନା କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ଦଳ ୮୦ରୁ ଅଧିକ ବିଧାନସଭା ଏବଂ ୧୬ରୁ ଅଧିକ ଲୋକସଭା ଆସନ ଜିତିବ।
ସେ ଆହୁରି କହିଛନ୍ତି, ଆଗାମୀ ନିର୍ବାଚନରେ ଦଳ ସବୁ ଆସନରେ ପ୍ରାର୍ଥୀ ଦେବ। ବର୍ତ୍ତମାନ ପୁରୀ ଓ ଭୁବନେଶ୍ୱରରେ ବିଜେପି ସାଂସଦ ଅଛନ୍ତି। କେବଳ ଏହି ଦୁଇଟି ଆସନ ନୁହେଁ, ସବୁ ସିଟରେ ଦଳ ଲଢ଼ିବ। ଗତକାଲି ଦିଲ୍ଲୀରୁ ଫେରିବା ପରେ ମେଣ୍ଟ କଥାକୁ ଅସ୍ୱୀକାର କରିଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଥିଲେ, ବୈଠକରେ ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ନିର୍ବାଚନରେ ଦଳ ଏକାକୀ ଲଢ଼ି ସରକାର ଗଠନ କରିବା ନେଇ ଦମ୍ଭୋକ୍ତି ଦେଖାଇଥିଲେ ମନମୋହନ।

ad-week
Leave A Reply

Your email address will not be published.