ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ

add-all

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ରକ୍ତମୁଖା ହୋଇଛନ୍ତି। ଜିଲ୍ଲାର ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ ମାଓବାଦୀ ମାନେ ଦମ୍ପତିକୁ ହତ୍ୟା କରିଛନ୍ତି। ମୃତ ଦମ୍ପତିଙ୍କ ନାମ ଡାହିରା କହଁର ଏବଂ ତାଙ୍କ ପତ୍ନୀଙ୍କ ନାମ ବତସୀ କହଁର ବୋଲି ଜଣାପଡ଼ିଛି। ସେମାନଙ୍କ ମୃତଦେହ ଜଙ୍ଗଲରେ ପଡ଼ିରହିଛି। ଏହାକୁ ନେଇଁ ଅଞ୍ଚଳରେ କୋକୁୟା ଭୟ ଲାଗିରହିଛି। ଘଟଣାସ୍ଥଳକୁ ଯିବାକୁ ସମସ୍ତେ ଭୟ କରୁଛନ୍ତି। ପୋଲିସ ମଧ୍ୟ ଏ‌ବେ ସୁଦ୍ଧା ଗ୍ରାମରେ ପହଞ୍ଚିନି।
ସୂଚନା ଅନୁସାରେ ରାତି ପ୍ରାୟ ୯ ଟା ସମୟରେ କିଛି ମାଓବାଦୀ ଦମ୍ପତିଙ୍କୁ ଘରୁ ଉଠାଇ ନେଇ ଜଙ୍ଗଲକୁ ନେଇଥିଲେ। ଆଜି ସକାଳୁ ସେମାନଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ଦେଖାଯାଇଛି । ମାଓବାଦୀ ଉଭୟଙ୍କୁ ପୁଲିସ ଇନଫର୍ମର ସନ୍ଦେହରେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଅନ୍ୟ ପଟେ ଉଭୟେ ଗଞ୍ଜେଇ ଚାଷରେ ମଧ୍ୟ ସମ୍ପୃକ୍ତ ଥିଲେ ବୋଲି ଆଲୋଚନା ହେଉଛି। ତେଣୁ ଗଞ୍ଜେଇ କାରବାରକୁ ନେଇ ମଧ୍ୟ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ad-week
Leave A Reply

Your email address will not be published.