
ଫୁଲବାଣୀ : ଫୁଲବାଣୀ ପୌରପରିଷଦ ଅନ୍ତର୍ଗତ ୩ ନମ୍ବର ୱାର୍ଡରେ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ନଦୀଖଣ୍ଡି ସାହି କ୍ଳବର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସୁଶ୍ରୀ ଅନିମା କହଁର ଯୋଗ ଦେଇ ମହିଳା ମାନେ ସଂଗଠିତ ହୋଇ ନିଜକୁ ସଶକ୍ତ କରିବାକୁ ଚାହିଁଲେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ ସମସ୍ତ ସୁବିଧା ସବୁ ଯାହା ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ସେମାନେ ତାକୁ ନିଜର ନିଜ ପରିବାର ର ଏବଂ ସମାଜର ଉନ୍ନତି କରିପାରିବେ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଶ୍ରୀମତୀ ମଞ୍ଜୁଳା ପ୍ରଧାନ, ବିଜେଡି ମହିଳା ଉପସଭାନେତ୍ରୀ ଶ୍ରୀମତୀ ନମିତା ବେହେରା, ସମ୍ପାଦିକା ଶ୍ରୀମତୀ ଚିନ୍ତାମଣି ଦାସ,ନଗର ସଭାନେତ୍ରୀ ଶ୍ରୀମତୀ ପ୍ରଞ୍ଜଳି ଦିଗାଲ ଏବଂ ନଦୀଖଣ୍ଡି ସାହିର ସମସ୍ତ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ସର୍ବଶକ୍ତି ସ୍ୱୟଂ ସହାୟୀକା ଗୋଷ୍ଠୀର ସଭାନେତ୍ରୀ ଶ୍ରୀମତୀ ସୁମତୀ ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ସମ୍ପାଦିକା ଶ୍ରୀମତୀ ରେଣୁବାଳା ମହାନ୍ତି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଏଥିରେ ଅଂଚଳର ୧୬ ଟି ସ୍ୱୟଂ ସହାୟୀକା ଗୋଷ୍ଠୀର ମହିଳା ମାନେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ରେ ଅଂଚଳର ବରିଷ୍ଠ ମହିଳା ମାନଙ୍କୁ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ସେମାନେ ସେମାନଙ୍କ ଜୀବନର ଅନୁଭୁତି ସମସ୍ତ ମହିଳା ମାନଙ୍କ ଆଗରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଗୋଷ୍ଠୀର ସଭାନେତ୍ରୀ ଏବଂ ସମ୍ପାଦିକା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶ୍ରୀମତୀ ସୋନମ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।