
ଫୁଲବାଣୀ : ଅଧିକାଂଶ ଲୋକ କନ୍ୟା ସନ୍ତାନ ମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିବା ବେଳେ ପୁଅମାନଙ୍କୁ ସମ୍ପତି ବୋଲି ମନେ କରୁଛନ୍ତି । ଲିଙ୍ଗ ଚୟନ ବାବଦରେ ଅଳ୍ପ କେତେ ଟଙ୍କା ଖର୍ଚ୍ଚ କରି ଭବିଷ୍ୟତରେ ଲକ୍ଷାଧିକ ଟଙ୍କା ବଞ୍ଚାଇ ପାରିବାର ମାନସିକତା ଅଧିକାଂଶ ପରିବାରରେ ରହିଛି। ଆର୍ନ୍ତଜାତୀୟ ମହିଳା ଦିବସ-୨୦୨୪ ପାଳନ ଅବସରରେ ଏହି ହୀନ ତଥା ଘୃଣ୍ୟ ମାନସିକତାକୁ ସମାଜରୁ ହଟାଇବା ଉଦ୍ଦେଶ୍ୟରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ(ଲିଙ୍ଗ ଚୟନ ନିଷେଧ)ଅଧିନିୟମ ସମ୍ପର୍କୀତ ଆଇନ ସଚେତନତା କାର୍ଯ୍ୟକ୍ରମ ବେଲପଦର ସ୍ଥିତ ସରକାରୀ(ଏସ୍.ଏସ୍.ଡି.)ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଛି ।ମାନନୀୟ ଜିଲ୍ଲା ଜଜ୍-ତଥା-ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷ ସତ୍ୟପିର ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ ଓ ସେସନ୍ ଜଜ୍, ଫୁଲବାଣୀ ସୈକତ୍ ପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍, ଫୁଲବାଣୀ ଶ୍ରୀମତୀ ସୌମ୍ୟା ସୁଭଦର୍ଶିନୀ, ସହକାରୀ ସେସନ୍ ଜଜ୍- ମହିଳା କୋର୍ଟ, ଫୁଲବାଣୀ ଶ୍ରୀମତୀ ବିଶ୍ଵକଲ୍ୟାଣୀ ମିଶ୍ର, ପ୍ରମୁଖ ମାଜିଷ୍ଟ୍ରେଟ୍, ଜୁଭେନିଲ ଜଷ୍ଟିସ ବୋର୍ଡ, ଫୁଲବାଣୀ ଶ୍ରୀମତୀ ନିତିଶା ଚନ୍ଦକ୍, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧୀକରଣର , କନ୍ଧମାଳ, ଫୁଲବାଣୀ ଶ୍ରୀମତୀ ଅନୁଶିଲା ରୟ, ଏସ୍.ଡି.ଜେ.ଏମ୍. ଫୁଲବାଣୀ ଶ୍ରୀ ଅରିଜିତ୍ ଦାସ, ଜେ.ଏମ୍. ଏଫ୍.ସି., ଫୁଲବାଣୀ ସୁଶ୍ରୀ ସୌମ୍ୟାଶ୍ରୀ ମହାପାତ୍ର ଏବଂ ସୁଶ୍ରୀ ସ୍ବାଗତିକା ସ୍ବାଇଁ, ଉପ-ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ କମଲ କୁମାର ପଣ୍ଡା, ଆଡ୍ଭୋକେଟ୍ ବିଜୟ କୁମାର ମହାନ୍ତି, ଏନ.କେ.ପାତ୍ର, ଭଗବାନ ମହାନ୍ତି, ଶ୍ରୀମତୀ ଜୟନ୍ତି ପାଣିଗ୍ରାହୀ ଓ ନନ୍ଦିତା କୁମାରୀ ସାହୁ ପ୍ରମୁଖ ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ଯେ, ମଣିଷ ସମାଜର ମଙ୍ଗଳ ପାଇଁ ଉଦ୍ଭାବିତ ବୈଜ୍ଞାନିକ ଚିନ୍ତନକୁ ଆଜିଦୁରୁପଯୋଗ କରାଯାଉଛି। ଯାହାର ଫଳ ସ୍ବରୂପ ଆଜି ସମଗ୍ର ବିଶ୍ଵରେ ଲିଙ୍ଗ ଅନୁପାତରେ ପାର୍ଥକ୍ୟ ସୃଷ୍ଟି ହେଉଛି । ଆଇନ ମାଧ୍ୟମରେ ଜନସାଧାରଙ୍କ ମାନସିକତା କୁ ପରିବର୍ତ୍ତନ କରିବା ମୁଖ୍ୟ ଉଦ୍ଦେଶ୍ୟ ହୋଇଥିଲେହେଁ, ସମାଜ ଓ ପରିବାର ପାଇଁ ନାରୀ ଜାତିର ଆବଶ୍ୟକତାକୁ ଯେତେଦିନ ପର୍ଯ୍ୟନ୍ତ ଆଜିର ସମାଜ ହୃଦୟଙ୍ଗମ କରିନାହିଁ ସେତେଦିନ ପର୍ଯ୍ୟନ୍ତ ଲିଙ୍ଗ ନିରୁପଣ ଏବଂ ଭୃଣ ହତ୍ୟା କରାଯାଉଥିବ । ଅବଶ୍ୟ ଏ’ ଦିଗରେ ନିଶ୍ଚିତଭାବେ ଜନସଚେତନତା ବୃଦ୍ଧି ପାଇଛି ଏବଂ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସହିତ ପ୍ରତ୍ୟକ୍ଷ ଭାବେ ସଂଶ୍ଲିଷ୍ଟ ଆଶା କର୍ମୀ ଏବଂ ସର୍ବୋପରି ସ୍ଵେଚ୍ଛାସେବୀ ସଂଗଠନଗୁଡ଼ିକ ଆହୁରି ଅଧିକ ନିଷ୍ଠାପର ଭାବେ କାର୍ଯ୍ୟ କଲେ ଏବଂ ଆଇନର ଦୁରୁପଯୋଗ କରୁଥିବା ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲେ, ଆଗାମୀ ଦିନରେ ଲିଙ୍ଗ ଅନୁପାତରେ ଉନ୍ନତି ପରିଲକ୍ଷିତ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସରକାରୀ(ଏସ୍.ଏସ୍.ଡି.)ବାଳିକା ଉଚ୍ଚ ବିଦ୍ୟାଳୟ, ବେଲପଦରର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ , ଜିଲ୍ଲା ନ୍ୟାୟାଳୟର ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।