ଇନ୍‌ଫର୍ମରେ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ପୁଣି, ମାଓବାଦୀ ସକ୍ରିୟ ଥିବା ଜଣାପଡ଼ଛି । ପୋଲିସ ଇନ୍‌ଫର୍ମରେ ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଗୋଚ୍ଛାପଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ ଗିଡାପଦର ଗାଁର ଦମ୍ପତ୍ତି ଡାହିରା କହଁର ଏବଂ ପତ୍ନୀ ବତସୀ କହଁରଙ୍କୁ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି ।ପ୍ରାପ୍ତ ଖବରରୁ ଯାହା ସୂଚନା ରହିଛି ଗତକାଲି ରାତି ପ୍ରାୟ ୯ଟା ସମୟରେ କିଛି ମାଓବାଦୀ ଦମ୍ପତିଙ୍କୁ ଘରୁ ଉଠାଇ ଜଙ୍ଗଲରୁ ନେଇଥିଲେ । ତାପର ଠାରୁ ଉଭୟଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଶନିବାର ଦିନ ସକାଳୁ ଉଭୟଙ୍କ ମୃତଦେହ ଜଙ୍ଗଲରେ ପଡିଥିବାର ଦେଖୁଥିଲେ କିଛି ସ୍ଥାନୀୟ ଲୋକ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ସ୍ବାମୀ-ସ୍ତ୍ରୀଙ୍କ ବାଡେଇ ବାଡେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜଙ୍ଗଲରେ ମୃତଦେହ ପଡିରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି l
ମାଓବାଦୀ ମାନେ ହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ ହତ୍ୟା କରାଯାଇଛି ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି l ସମଗ୍ର ଅଞ୍ଚଳ ଶୂନଶାନ ଥିବା ଦେଖିବାକୁ ମିଳିଛି l

ad-week
Leave A Reply

Your email address will not be published.