ଜଙ୍ଗଲି ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର

add-all

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗୁମିକିଆ ପଞ୍ଚାୟତର ସରୁଲାଇ ଗ୍ରାମର ଜଣେ ବୃଦ୍ଧ କୁ ଶନିବାର ଦିନ ଜଙ୍ଗଲି ବାରହା କାମୁଡି ଦେବାରୁ ଗୁରୁତର ଅବସ୍ଥାରେ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛି । ଘଟଣାରୁ ପ୍ରକାଶ ଯେ ସରୁଲାଇ ଗ୍ରାମର ଗାଟିସା ପ୍ରଧାନ(୭୦) ପ୍ରତ୍ୟକ ଦିନ ଭଳି ଶନିବାର ସକାଳୁ ଘରୁ ବାହାରି ନିଜ ବିଲରେ ଖରାଦିନିଆ ଧାନ ଲଗାଇବା ପାଇଁ ବିଲକୁ ଯାଇଥିଲା ବିଲରେ କାମ କରୁଥିବା ବେଳେ ଏକ ଜଙ୍ଗଲି ବାରହା ଟି ହଠାତ ଧାଇଁ ଆସି ଗାଟିସା କୁ ହାତ ,ଜଙ୍ଘ ଓ ଗୋଡ ରେ କାମୁଡିବା ଆରମ୍ଭ କରିଥିଲା ସେ ଚିତ୍କାର କରିବାରୁ ପଳାଇ ଯାଇଥିଲା । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଗାଟିସାକୁ ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଚିକିତ୍ସା କରାଇଛନ୍ତି l

ad-week
Leave A Reply

Your email address will not be published.