ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନରେ ତ୍ରି-ମୂର୍ତ୍ତି ଶିବ ଜୟନ୍ତୀ ଓ ସର୍ବଧର୍ମ ସଭା !

add-all

ଛତ୍ରପୁର : ଛତ୍ରପୁର ସହରରେ ଅବସ୍ଥାପିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ପବିତ୍ର ମହାଶିବରାତ୍ରୀ ଅବସରରେ ତିନିଦିନିଆ ଈଶ୍ୱରୀୟ ସନ୍ଦେଶ ଯାତ୍ରା ଓ ପ୍ରଚାର ସଭାଯାତ୍ରା ଉଦଯାପିତ ହୋଇଯାଇଛି । ମହାଶିବରାତ୍ରୀ ଦିନ ଆଶ୍ରମରେ ବ୍ରହ୍ମାକୁମାରୀ ସଂସ୍ଥାନ ପକ୍ଷରୁ ତ୍ରୀ-ମୂର୍ତ୍ତି ଶିବ ଜୟନ୍ତୀ ଓ ସର୍ବଧର୍ମ ସଭା ର ଆୟୋଜନ ହୋଇଥିଲା । ସର୍ବଧର୍ମ ର ମହତ୍ତ୍ୱ ଏବଂ ନିରାକାର ପରମବ୍ରହ୍ମ ପରମାତ୍ମା, ଯେ’ ସେ ହିଁ ସବକା ମାଲିକ୍ ଏକ ବୋଲି ପ୍ରତିପାଦିତ କରାଯାଇଛି ।
ପରମବ୍ରହ୍ମଙ୍କ ଅଦେଶରେ ଯେ’ କେହି ନା ଏହି ଧରା ପୃଷ୍ଠରେ ଜଣେ ସାକାର ରୂପ ନେଇ ସମାଜର ବିକଳ୍ପ ପରିବର୍ତ୍ତନ ଓ କଲ୍ୟାଣ ସାଧନନେଇ ଆସିଥାନ୍ତି । ସେ ହିଁ ଗୁରୁ, ଦେଵତା ଅନେକ ନାମ ସ୍ବରୂପ ଏ ସଂସାରକୁ ମାର୍ଗ ଦର୍ଶନ ଦେଇଯାଇଥାନ୍ତି ବୋଲି ଶଖା ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ତାତ୍ତ୍ୱିକ ଆଲୋଚନା ଦେଇଥିଲେ ।
ପ୍ରଥମ ପର୍ଯ୍ୟାୟରେ ଆଶ୍ରମ କୁ ଆଞ୍ଚଳିକସ୍ତରର ବିଭିନ୍ନ ଧର୍ମାନୁଷ୍ଠାନର ଧର୍ମଯାଜକ ଗୁରୁ ଓ ଅନୁଷ୍ଠାନର ମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ଛତ୍ରପୁରର ଅତିରିକ୍ତ ତହସିଲଦାର୍ ମନୋଜ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ତ୍ରି-ମୂର୍ତ୍ତୀ ଶିବ ଙ୍କ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବେ କାର୍ମେଲ୍ କନଭେଣ୍ଟ ସ୍କୁଲ ର ଅଧ୍ୟକ୍ଷା ସିଷ୍ଟର୍ ଡୋରେଟେ, ସ୍ଥାନୀୟ ମସଜିଦର ଧର୍ମଜାଜକ୍ ଗୁରୁ ମହମ୍ମଦ ୟାସଫ ହାଜି, ଛତ୍ରପୁର ଦିବ୍ୟ ଜୀବନ ସଂଘ ତଥା ସ୍ଵାମୀ ଚିଦାନନ୍ଦ ଆଶ୍ରମ ର ପ୍ରତିଷ୍ଠାତା ବିପ୍ର ଚରଣ ପାତ୍ର, ଶ୍ରୀ ଅଭିରାମ ପରମହଂସଙ୍କ ପ୍ରବର୍ତ୍ତିତ ଶାନ୍ତି ଆନନ୍ଦାଶ୍ରମ ମଲ୍ଲାଡ଼ ଶାଖା ଆଶ୍ରମ ର ବାବାଜୀ ରସାନନ୍ଦ ଦାସ୍, ଛତ୍ରପୁର ପ୍ରେସ କ୍ଲବ୍ ର ସଭାପତି ରବିନ୍ଦ୍ର ନାଥ ପଣ୍ଡା, ବରିଷ୍ଠ ସାମ୍ବାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ବିଜେପି ନେତା ବି. ଶଙ୍କର ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ। ବ୍ରହ୍ମା କୁମାରୀ ପିଙ୍କି ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ବ୍ରହ୍ମା କୁମାର୍ ୱାଇ.ବାଲା କ୍ରିଷ୍ଣା ରେଡ୍ଡୀ, ରଜନୀକାନ୍ତ ପଟ୍ଟନାୟକ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.