ଜେଲରୁ ୨ କଏଦୀ ଫେରାର

add-all

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ଜେଲ ନାବାଳକଙ୍କୁ କୂଅରେ ଫିଙ୍ଗି ମାରିଦେବା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲରୁ ଫେରାର ମାରିଛନ୍ତି । ଶନିବାର ରାତି ପ୍ରାୟ ୮ଟାରେ ପାଚେରି ଜେଲ ଡେଇଁ ଉଭୟେ ଫେରାର ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି । ଟିଟିଲାଗଡ଼ ଥାନାରେ ଏନେଇ ଅଭିଯୋଗ ହୋଇଛି । ଉଭୟ ଜେଲରଙ୍କ ଅତି ବିଶ୍ବସ୍ତ ହୋଇଥିବା ନେଇ ଆଲୋଚନା ହେଉଛି । ଏପରିକି ଶୋଭାବନ ଜେଲ ପାଚେରି ବାହାରେ ଜଲରଙ୍କ ଘର କାମ କରୁଥିବା ବେଳେ ସୁମିତ ଜେଲର ସର୍ଦ୍ଦାର ଭଳି ଥିଲେ । ତାଙ୍କ ଇସାରାରେ ସବୁ କିଛି ଚାଲିଥିଲା ବୋଲି ଆଲୋଚନା ହେଉଛି । ଏନେଇ ଜେଲରଙ୍କୁ ପଚାରିବାରୁ ଉଭୟେ ଅଫିସରେ କମ୍ପ୍ୟୁଟର କାମ କରୁଥିଲେ ବେଲି କହିଛନ୍ତି ।

ଜେଲରୁ ମୁକ୍ତି ପାଇବା ପାଇଁ ଶୋଭାବନ ନିଜକୁ ପାଗଳ ଦର୍ଶାଇ କଟକ ମେଡିକାଲରେ ଭର୍ତ୍ତି ହୋଇ ଜାମିନ ଆବେଦନ କରିଥିଲା। ତେବେ ସେ ସେଥିରେ ବିଫଳ ହୋଇଥିଲା। ତାଙ୍କୁ ଅଫିସରେ କେମିତି ନିଯୁକ୍ତି ଦିଆଯାଇଥିଲା ସେ ନେଇ ପ୍ରଶ୍ନ ଉଠିଛି। ଜାଣିଶୁଣି ଉଭୟ ଦୁର୍ଦ୍ଦାନ୍ତ ଅଭିଯୁକ୍ତଙ୍କୁ ଫେରାର କରାଇ ଦିଆଯାଇଥିବା ସାଧାରଣରେ ଚର୍ଚ୍ଚା ହୋଇଛି। ଟିଟିଲାଗଡ଼ ଉପଖଣ୍ଡସ୍ଥ କଣ୍ଟାବାଞ୍ଜି ଜେଲରେ ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା ଘଟଣା ମନରୁ ନଲିଭୁଣୁ ଟିଟିଲାଗଡ଼ ଜେଲରୁ ୨ ଦୁର୍ଦ୍ଦାନ୍ତ କଏଦୀ ଫେରାର ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.