ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

youtube

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏସ୍‌ଓଜି ଯବାନ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ୧୫ରୁ ୨୦ ମିନିଟ୍‌ ଧରି ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଗୁଳିରେ ଛତ୍ରଭଙ୍ଗ ଦେଇଥିଲେ ମାଓ । ଗୁଳି ବିନିମୟ ବନ୍ଦ ହେବା ପରେ ଏସ୍‌ଓଜି ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ।

ସର୍ଚ୍ଚ ଅପେରସନ ବେଳେ ସେଠାରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ୭ଟି ଉନ୍ନତ ମାନର ଗ୍ରେନେଡ, ୩ଟି ଜିଲୋଟିନ, ବିଦ୍ୟୁତ ତାର, ଉନ୍ନତ ଧରଣର ବ୍ଲାଷ୍ଟିଂ ମେସିନ ଓ ସୋଲାର ପ୍ୟାନେଲ ସହିତ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି।

ସେଠାରେ ବଂଶଧାରା–ଘୁମସର–ନାଗାବଳୀ ମାଓ ସଂଗଠନର କ୍ୟାମ୍ପ ଚାଲିଥିଲା ଓ ପ୍ରାୟ ୧୫ ଜଣ ହାର୍ଡକୋର ମାଓ ଥିଲେ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ମାଓମାନେ ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍‌ଓଜି ଯବାନମାନେ ଗତ ୬ ତାରିଖରୁ କମ୍ବିଂ ଅପରେସନ ଆରମ୍ଭ କରିଥିଲେ।

Leave A Reply

Your email address will not be published.