ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକ ମୃତ

add-all

ଯାଜପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ନୂଆ ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ଦାସଙ୍କ ୧୪ ବର୍ଷୀୟ ପୁଅ ବିଶ୍ୱରଞ୍ଜନ ଦାସ ।

ସୂଚନା ମୁତାବକ ଆଜି ଦ୍ୱିପ୍ରହରରେ ବିଶ୍ବରଞ୍ଜନ ତାଙ୍କ ୨ଜଣ ସାଙ୍ଗ ମାନଙ୍କ ସହ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ପୋଖରୀରେ ବିଶ୍ବ ବୁଡି ଯାଇଥିବା ବେଳେ ଅନ୍ୟ ଦୁଇଜଣ ସାଙ୍ଗ ବାହାରକୁ ବାହାରି ଆସିଥିଲେ। ତୁରନ୍ତ ଗ୍ରାମବାସୀ ପୋଖରୀରେ ଖୋଜା ଖୋଜି ଆରମ୍ଭ କରିଥିଲେ। ଦୀର୍ଘ ସମୟ ଧରି ଖୋଜା ଖୋଜି ପରେ ବିଶ୍ବରଞ୍ଜନକୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ବରଞ୍ଜନଙ୍କ ମୃତ ଖବର ଶୁଣି ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଅଳକୁଣ୍ଡ ପୋଲିସ ମୃତ ଶରୀର ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.