ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍

add-all

ଭୁବନେଶ୍ବର : ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍। ଭୁବନେଶ୍ବର, ବଡ଼ବିଲ୍, ରାଉରକେଲା ଏବଂ କୋଲକାତା ସମେତ ୧୨ଟି ସ୍ଥାନରେ ରେଡ୍ ହୋଇଛି । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ବେଆଇନ ଲୁହାପଥର ଦୁର୍ନୀତି ଘଟଣାରେ ଚଢାଉ କରାଯାଇଛି ।

ସେହିପରି କୋଲକାତାରେ ବି ଯାଞ୍ଚକୁ ବଢାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଚଢାଉ ହୋଇଥିବା ଦୁଇ ସଂସ୍ଥା ହେଲେ ଦୀପକ ଷ୍ଟିଲ୍ ଆଣ୍ଡ ପାୱାର, ସ୍ନେହାପୁଷ୍ପ ମାର୍କେଟିଂ ଲିମିଟେଡ୍। କିଛି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ବି ଚଢାଉ ହୋଇଥିବା ଜଣାପଡିଛି। ଏହି ରେଡ୍ ରେ ନଗଦ ୩୦ ଲକ୍ଷ ଟଙ୍କା , ଦୁଇ କେଜି ସୁନା ଓ ଦାମୀ କାର୍ ଜବତ ହୋଇଛି। ଜବତ ସୁନାର ପରିମାଣ ୧ କୋଟି ୨୪ ଲକ୍ଷ ଟଙ୍କା ହେବ । ୧ କୋଟି ୨୩ ଲକ୍ଷ ଟଙ୍କା ଥିବା ୬ଟି ଆକାଉଣ୍ଟକୁ ଫ୍ରୀଜ୍ କରିଛି ଇଡି। ପୂର୍ବରୁ ଓଲିବୁର୍ ଖଣି ଦୁର୍ନୀତି ଲିଙ୍କ୍ ନେଇ ଭିଜିଲାନ୍ସ ତଦନ୍ତ କରିଥିଲା।

ad-week
Leave A Reply

Your email address will not be published.