ଏଲନ ମସ୍କଙ୍କ ସର୍ତ୍ତକୁ ମାନିବ ନାହିଁ ଭାରତ : ପିୟୁଷ ଗୋଏଲ୍

add-all

ନୂଆଦିଲ୍ଲୀ: ଭାରତ ଏଲନ୍ ମସ୍କଙ୍କ ସର୍ତ୍ତକୁ ଗ୍ରହଣ କରିବ ନାହିଁ। ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସ୍ଲା ଚାହୁଁଥିବା ଅନୁସାରେ ଭାରତ ନିଜର ନୀତିକୁ ବଦଳାଇବା ନାହିଁ। ଦେଶର ଆଇନ ଏବଂ ଶୁଳ୍କ ନିୟମ ସମସ୍ତ ଇଲେକ୍ଟ୍ରିକ୍ ଯାନ ନିର୍ମାତାଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ କରାଯିବ । ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି। ଟେସ୍ଲା ଭାରତ ଆସିବା ପୂର୍ବରୁ ପ୍ରାରମ୍ଭିକ ଶୁଳ୍କ ରିହାତି ଚାହୁଁଛି। କମ୍ପାନି ୪୦,୦୦୦ ଆମେରିକୀୟ ଡଲାରରୁ କମ୍ ମୂଲ୍ୟର କାର୍ ଉପରେ ୭୦ ପ୍ରତିଶତ ସୀମା ଶୁଳ୍କ ‘ଏବଂ ଅଧିକ ମୂଲ୍ୟର କାର୍ ଉପରେ ୧୦୦% ଶୁଳ୍କ’ ଛାଡ଼ ଚାହୁଁଛି ।

ବ୍ୟାଟେରୀ ଚାଳିତ ଯାନର ଅଧିକ ବ୍ୟବହାର ଦ୍ୱାରା କାର୍ବନ ନିର୍ଗମନ କମିବା ସହ ଅଶୋଧିତ ତୈଳ ଆମଦାନୀ ବିଲ୍ ହ୍ରାସ ପାଇବ ବୋଲି ସରକାର ଏକ ଦୃଢ଼ ଇଭି ଇକୋସିଷ୍ଟମର ଆବଶ୍ୟକତା ବୁଝିଛନ୍ତି ବୋଲି ଗୋୟଲ କହିଛନ୍ତି। ଏଥିପାଇଁ ସରକାର କୌଣସି ଗୋଟିଏ କମ୍ପାନୀ ପାଇଁ ଲାଭଦାୟକ ନୀତି ପ୍ରସ୍ତୁତ କରିବେ ନାହିଁ, ବରଂ ଏଭଳି ନୀତି ପ୍ରସ୍ତୁତ କରାଯିବ, ଯାହା ବିଶ୍ୱର ସମସ୍ତ ଇଲେକ୍ଟ୍ରିକ୍ ଯାନ ନିର୍ମାତାଙ୍କୁ ଭାରତ ଆସିବାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏ ଦିଗରେ ଅନେକ ପଦକ୍ଷେପ ଉପରେ କାର୍ଯ୍ୟ କରାଯାଉଛି ଏବଂ ଅଂଶୀଦାରମାନଙ୍କ ସହିତ ଆନ୍ତଃମନ୍ତ୍ରଣାଳୟ ପରାମର୍ଶ ଏବଂ ଆଲୋଚନା କରାଯାଉଛି।

ad-week
Leave A Reply

Your email address will not be published.