ଡାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତୃତ୍ବ

add-all

ଭୁବନେଶ୍ବର: ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଥମିନାହିଁ। ଏହାରି ମଧ୍ୟରେ ରାଜ୍ୟ ବିଜେପି ନେତାଙ୍କୁ ପୁଣି ଥରେ ଦିଲ୍ଲୀ ଡାକରା ହୋଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି  ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ରାଜ୍ୟ ବିଜେପି ନେତାଙ୍କ ଗସ୍ତ ପରେ ବିଜେଡି ସହ ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଆରମ୍ଭ ‌ହୋଇଯାଇଛି।

ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ସିଟ ଉପରେ ଆଲୋଚନା ହେବ। ପର୍ଯ୍ୟବେକ୍ଷକ ମାନଙ୍କଠାରୁ ରିପୋର୍ଟ ଉପରେ ଆଲୋଚନା ହେବ। ମେଣ୍ଟ ଉପରେ ଚର୍ଚ୍ଚା ହୋଇନାହିଁ। ଅତୀତରେ ବିଜେଡ଼ି ମେଣ୍ଟ ସମର୍ଥନ ଦେଇଥିଲା। ମୋ ଜାଣିବାରେ ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ।

ସୂଚନାଯୋଗ୍ୟ, ଗତ ୬ ତାରିଖ ଦିନ ରାଜ୍ୟ ବିଜେପି ନେତୃତ୍ବ ଦିଲ୍ଲୀ ଗସ୍ତ କରିଥିଲେ। ସେଦିନ ସନ୍ଧ୍ୟାରେ କେନ୍ଦ୍ରୀୟ ନେତୃତ୍ବ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନାରେ ବିଜେପିର ରାଷ୍ଟ୍ରୀୟ ନେତାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ, ମନମୋହନ ସାମଲ ପ୍ରମୁଖ ଥିଲେ। ‌ସେହି ଗସ୍ତକାଳରେ ମାର୍ଚ୍ଚ ୭ ତାରିଖରେ ବିଜୟ ପାଲ ସିଂ ତୋମାରଙ୍କ ନିବାସରେ ମଧ୍ୟ ରାଜ୍ୟ ବିଜେପି ନେତୃତ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.