ମାଇ ଛତ୍ରପୁର ପକ୍ଷରୁ ରକ୍ତଦାନ ଶିବିର

add-all

ଛତ୍ରପୁର : ରକ୍ତ ଦାନ ମହାପୂଣ୍ୟ l ଆଗାମୀ ଦିନରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ସଦର ମହାକୁମା ଛତ୍ରପୁର ସହରରେ ପ୍ରଥମ ଥର କରି ୟୁଟ୍ୟୁବରମାନଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମାଇ ଛତ୍ରପୁର ପକ୍ଷରୁ ମୁଖ୍ୟ ସଂଯୋଜକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ପୌରହିତ୍ୟ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି, ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ନଗର ବିଜେଡି ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପ ସଭାପତି କାହ୍ନୁ ଚରଣ ବେହେରା, ହାଇକୋର୍ଟ ଆଡଭୋକେଟ ପଦ୍ମ ଚରଣ ସାହୁ,ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ରାଜ୍ୟ ସହ -ସମ୍ପାଦିକା ଗୋଲାପ ସାହୁ , ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୋଟଲାମପୁର ସମିତିସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, ଟିକିନା ଗୌଡ଼, ଜିତେନ୍ଦ୍ର କୁମାର ମହାପାତ୍ର, ସପନ ନାହାକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ରକ୍ତ ସଂଗ୍ରହ ବେଳେ ସହଯୋଗ କରିଥିଲେ l ଏହି ଶିବିରରେ ୨୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଛତ୍ରପୁର ର ଭିଲେଜ ଭିଜିଟର୍ସ, ଲିପୁନ ୱାଇଟି ଓ ବିବିଧା ଫାଉଣ୍ଡେସନ ଫର ଆର୍ଟ ଆଣ୍ଡ କଲଚର ସହଯୋଗ ର ହାତ ବଢ଼ାଇଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ଲିପୁନ ୱାଇଟି ର ପ୍ରତିଷ୍ଠାତା ଦୁର୍ଗା ପ୍ରସାଦ ମାର୍ଥା, ଭିଲେଜ ଭିଜିଟର୍ସ ର ପ୍ରତିଷ୍ଠାତା ଅଶ୍ରୁ ମୋଚନ ଗୌଡ଼, ଯୁବ ସାମ୍ବାଦିକ ସରୋଜ ସାମଲ ଓ ସନ୍ତୋଷ କୁମାର ସାହୁ, କେ. ନାଗେଶ୍ୱର, ସନିଆ ପ୍ରଧାନ, ନିରଞ୍ଜନ ରାଉଳ, ଦେବାଶିଷ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ,

ad-week
Leave A Reply

Your email address will not be published.