ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ଶିବିର

add-all

ମାଲକାନଗିରି : ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ ଏକସ୍ପେଣ୍ଡିଚର ଓବଜରଭର (ଏ ଇ ଓ), ଭିଡିଓ ସର୍ଭେଲାନ୍ସ ଟିମ୍, ଏକାଉଣ୍ଟିଂ ଟିମ୍, ଫ୍ଲାଇଙ୍ଗ ସ୍କ୍ୱାର୍ଡ, ଷ୍ଟେଟିକ ସର୍ଭେଲାନ୍ସ ଟିମ୍ ଙ୍କ ତୃତୀୟ ପର୍ଯ୍ୟାୟ ଓ ଏଏଲଏମଟି ଙ୍କ ଦ୍ଵିତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ସଚିନ ପାୱାରଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଆୟୋଜିତ ହୋଇଯାଇଛି। ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିଶନର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାର ଆଧାରରେ ନିର୍ବାଚନ ପରିଚାଳିତ ହୋଇଥାଏ। ତେଣୁ ସ୍ବଚ୍ଛତା ଓ ସଫଳତାର ସହିତ ଆଗାମୀ ନିର୍ବାଚନକୁ ପରିଚାଳନା କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଆହ୍ବାନ କରିଥିଲେ। ନିର୍ବାଚନ ଦାୟିତ୍ବରେ ନିୟୋଜିତ ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଧିକାରୀ ମାନେ ନିଜ ଦାୟିତ୍ୱକୁ ଭଲ ଭାବେ ନିର୍ବାହ କରି ନିଜ ପରିସରର ବୁଥ ଗୁଡ଼ିକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ସହ ବୁଥମାନଙ୍କରେ ନିର୍ବାଚନ କମିଶନଙ୍କ ମାର୍ଗଦର୍ଶିକା ଅନୁସାରେ ସର୍ବନିମ୍ନ ସୁବିଧା ଯଥା ପାନୀୟ ଜଳ, ରାମ୍ପ, ବିଦ୍ୟୁତ୍ ବ୍ୟବସ୍ଥା ଇତ୍ୟାଦିକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ। ନିର୍ବାଚନ ଏକ ଟିମ୍ ୱାର୍କ। ଏହାକୁ ସମ୍ମିଳିତ ଭାବେ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଧିକାରୀ ମାନଙ୍କ ଦାୟିତ୍ଵ, କର୍ତ୍ତବ୍ୟ ଓ ମତଦାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଏଠାରେ ପ୍ରଶିକ୍ଷଣ ଦିଆଯାଇଥିଲା। ସେକ୍ଟର ଅଫିସରମାନେ ନିର୍ବାଚନ ବ୍ୟବସ୍ଥା ସମ୍ପର୍କରେ ସଂପୂର୍ଣ୍ଣ ଅବଗତ ହୋଇ ତାଙ୍କ ଅଧୀନରେ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସର ମାନଙ୍କୁ ଉପଯୁକ୍ତ ମାର୍ଗଦର୍ଶନ କରାଇବାକୁ ପରାମର୍ଶ ଦିଆଯାଇଥିଲା। ପିପିଟି ମାଧ୍ୟମରେ ଭଲନରେବିଲିଟି ମ୍ୟାପିଂ ବୁଥ ଚିହ୍ନଟିକରଣ, ମତଦାନ କେନ୍ଦ୍ରକୁ ଅନୁଧ୍ୟାନ, କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା, ରାମ୍ପ ଓ ଶୌଚାଳୟ ବ୍ୟବସ୍ଥାକୁ ନିରୀକ୍ଷଣ ସହ ନିର୍ବାଚନ ପୂର୍ବରୁ, ନିର୍ବାଚନ ଦିନ ଓ ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟକ୍ରମ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ମାର୍ଚ୍ଚ ୧୪ ରୁ ସାତଟି ବ୍ଲକରେ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଆରମ୍ଭ ହେବ। ଶେଷରେ ଇଭିଏମ୍ ଓ ଭିଭିପାଟର ପ୍ରଶିକ୍ଷଣ ସେକ୍ଟର ଅଫିସରମାନଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ ଓ ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ସମସ୍ତ ବିଡ଼ିଓ, ତହସିଲଦାର, ସେକ୍ଟର ଅଫିସର ଓ ସେକ୍ଟର ପୋଲିସ ଅଫିସରମାନେ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.