ଜଳିଗଲା ପାୱାର ଗ୍ରୀଡ୍, ୧୫୦ଟି ଗାଁରେ ବିଦ୍ୟୁତ୍ ସେବା ଠପ୍

add-all

ବାଲେଶ୍ୱର: ବସ୍ତା-ଜଳେଶ୍ୱର ପାୱାର ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ପାୱାର ଗ୍ରୀଡ୍। ୧୫୦ରୁ ଅଧିକ ଗାଁରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମବାହିନୀ ଉପସ୍ଥିତ ରହି ନିଆଁକୁ ଆୟତ୍ତ କରିଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ଜଳେଶ୍ୱର ପାୱାର ଗ୍ରୀଡରେ ହଠାତ୍ ଟ୍ରାନ୍ସଫର୍ମରରେ ହଠାତ୍ ନିଆଁ ଲାଗିଯାଇଥିଲା। କିଛି ସମୟ ଭିତରେ ନିଆଁ ହୁତୁ ହୁତୁ ହୋଇ ଜଳିବା ଆରମ୍ଭ କଲା। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ସର୍ଟ ସର୍କିଟ ଦ୍ୱାରା ଏହା ଘଟିଥିବାର ସନ୍ଦେହ କରାଯାଉଛି। ନିଆଁର ପ୍ରକୋପ ଦେଖି ବିଦ୍ୟୁତ ବିଭାଗ କର୍ମଚାରୀ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ। ହେଲେ କୌଣସି ସୁଫଳ ମିଳିନଥିଲା।

ଶେଷରେ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପାୱାର ଗ୍ରୀଡରେ ନିଆଁ ଲାଗିବା କାରଣରୁ ୧୫୦ରୁ ଅଧିକ ଗାଁରେ ବିଦ୍ୟୁତ୍ ସେବା ଠପ୍ ହୋଇଛି। ସ୍ୱାଭାବିକତା ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଥିବା ସୂତ୍ରରୁ ପ୍ରକାଶ।

ad-week
Leave A Reply

Your email address will not be published.