ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କୁ ହତ୍ୟା, ଅଳିଆଗଦାରୁ ମିଳିଲା ମୃତଦେହ

add-all

ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ମହିଳାଙ୍କୁ ବିଭତ୍ସ ହତ୍ୟା। ଅଳିଆ ଗଦାରୁ ମିଳିଛି ତାଙ୍କ ମୃତଦେହ। ଶନିବାର ହାଇଦ୍ରାବାଦର ଜଣେ ୩୬ ବର୍ଷୀୟ ମହିଳାଙ୍କ ମୃତଦେହ ଅଷ୍ଟ୍ରେଲାଆ ବକଲେର ରାସ୍ତାକଡରେ ଥିବା ଏକ ଅଳିଆ ଗଦାରୁ ମିଳିଛି। ତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚାନା ମୁତାବକ, ମୃତ ମହିଳା ଜଣକ ହେଲେ ହାଇଦ୍ରାବାଦର ଚୈତନ୍ୟା ମଧାଗନି। ଚୈତନ୍ୟା ସ୍ୱାମୀ ଓ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ। ଶନିବାର ତାଙ୍କ ମୃତଦେହ ରାସ୍ତା କଡର ଏକ ଅଳିଆଗଦାରୁ ମିଳିଛି। ‌ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହିଁ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଇଛି। କାରଣ ଏହି ଘଟଣା ପରେ ତାଙ୍କ ସ୍ୱାମୀ ନିଜ ପିଲାମାନଙ୍କୁ ନେଇ ହାଇଦ୍ରାବାଦ ପଳାଇଛନ୍ତି। ସେଠାରେ ପହଞ୍ଚିବା ପରେ ପତ୍ନୀଙ୍କ ବାପାମାଆଙ୍କୁ ନିଜ ପିଲାମାନଙ୍କୁ ହସ୍ତାନ୍ତର କରିଛନ୍ତି।

ପୁଲିସ ସୂଚନା ମୁତାବକ, ଶନିବାର ମଧ୍ୟାହ୍ଣରେ ବିନଚେଲ୍ସିଆ ନିକଟ ବକଲେରୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଘଟଣାର ତଦନ୍ତ ଜାରି ରହିଛି। ସେପଟେ ସୂଚନା ମିଳିବା ପରେ ହାଇଦ୍ରାବାର ଉପ୍ପଲ ବିଧାୟକ ଭଣ୍ଡାରୀ ଲକ୍ଷ୍ମୀ ରେଡ୍ଡୀ ମୃତ ମହିଳାଙ୍କ ବାପା-ମା’ଙ୍କୁ ଭେଟିଛନ୍ତି। ଉକ୍ତ ମହିଳା ଜଣକ ତାଙ୍କ ନିର୍ବାଚନୀ ଅଞ୍ଚଳର ହୋଇଥିବା ଯୋଗୁ ସେ ତାଙ୍କ ମୃତଦେହକୁ ଭାରତ ଫେରାଇ ଆଣିବା ପାଇଁ ବିଦେଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।

ad-week
Leave A Reply

Your email address will not be published.