ରାଜଧାନୀରେ ପୁଲିସ-ସରପଞ୍ଚ ଧସ୍ତାଧସ୍ତି

add-all

ରାଜଧାନୀରେ ସରପଞ୍ଚଙ୍କ ଗର୍ଜନ। ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ ସହ ଧସ୍ତାଧସ୍ତି। ବିଭିନ୍ନ ଦାବିକୁ ନେଇ ଭୁବନେଶ୍ୱରରେ ସରପଞ୍ଚ ମହାସଂଘର ମହାରାଲି କରିଛି।

ମାଷ୍ଟରକ୍ୟାଣ୍ଟିନରୁ ରାଲି ବାହାରି ନବୀନ ନିବାସ ଯିବା ବେଳେ ଆନ୍ଦୋଳନକାରୀଙ୍କୁ ଶିଶୁଭବନ ଛକରେ ପୁଲିସ ଅଟକାଇଥିଲା। ଏହି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା।

ବିଭିନ୍ନ ଦାବିକୁ ନେଇ ସରପଞ୍ଚ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଉଛି। ଗ୍ରାମପଞ୍ଚାୟତକୁ କ୍ଷମତା, ପୂର୍ଣ୍ଣ ଅନୁଦାନ, ଦରମା ବୃଦ୍ଧି, ଅବସରକାଳୀନ ମାସିକ ଭତ୍ତା ୫ ହଜାର ଟଙ୍କା ଭଳି ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରୁଛନ୍ତି ସରପଞ୍ଚମାନେ। ଆନ୍ଦୋଳନରେ ୬ ହଜାରରୁ ଅଧିକ ସରପଞ୍ଚ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.