ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

add-all

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହିକ୍ରମରେ ପ୍ରଧାନମନ୍ତ୍ରୀ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ। ସେଥିମଧ୍ୟରୁ ଗୋଟିଏ ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାରେ ଚାଲିବ। ଏହା ହେବ ଓଡ଼ିଶାର ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ।

ଓଡ଼ିଶାକୁ ମିଳିଥିବା ଏହି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ବିଶାଖାପଟନମ୍ ପର୍ଯ୍ୟନ୍ତ ଚାଲିବ। ଖୋର୍ଦ୍ଧା,ବାଲୁଗାଁ ଓ ବ୍ରହ୍ମପୁର ଦେଇ ଏହା ବିଶାଖପଟନମ୍ ଯିବ। ସପ୍ତାହକୁ ୬ ଦିନ ଏହା ଚାଲିବ। କେବଳ ଶନିବାର ଏହା ଯାତ୍ରା କରିବ ନାହିଁ।

ଗତ ବର୍ଷ ମେ’ ମାସରେ ଓଡ଼ିଶାରେ ଚାଲିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ପୁରୀରୁ ହାୱଡା ମଧ୍ୟରେ ଚଳାଚଳ କରୁଛି। ସେହିପରି ରାଜ୍ୟକୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ମିଳିଥିଲା ଗତ ବର୍ଷ ସେପ୍ଟେମ୍ବର ମାସରେ। ଏହା ପୁରୀ ଓ ରାଉଲକେଲା ଯା’ଆସ କରୁଛି।

୮୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ ପାଇଁ ଆସନ୍ତାକାଲି ଦେଶର ୭୬୪ଟି ସ୍ଥାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏଗୁଡ଼ିକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ସାରା ଦେଶରେ ୧୦ଟି ନୂତନ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିବା ସହିତ ୪ଟି ବନ୍ଦେ ଭାରତ ଟ୍ରେନ୍‌ର ସମ୍ପ୍ରସାରଣ ଏବଂ ଅନ୍ୟାନ୍ୟ ଟ୍ରେନ୍‌ର ଶୁଭାରମ୍ଭ କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୧୬୨ଟି ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମ୍, ୪୧ଟି ୱାନ୍ ଷ୍ଟେସନ୍ ୱାନ୍ ପ୍ରଡକ୍ଟ (OSOP) ଷ୍ଟଲ୍, ୫୦ଟି ସୋଲାର୍ ପାୱାର୍ ଷ୍ଟେସନ୍, ୫ଟି ଗୁଡ୍‌ସ ଶେଡ୍, ୯ଟି ନୂଆ ଲାଇନ ଦୋହରୀକରଣ ଏବଂ ତୃତୀୟ ଲାଇନ ପ୍ରୋଜେକ୍ଟ, ୪ଟି ଅଟୋ ସିଗନାଲ୍ ସିଷ୍ଟମ୍, ଗୋଟିଏ ଗତି ଶକ୍ତି ଟର୍ମିନାଲ୍, ଗୋଟିଏ ଜନ ଔଷଧି କେନ୍ଦ୍ର ଏବଂ ଗୋଟିଏ ରେଳ କୋଚ୍ ରେଷ୍ଟୁରାଣ୍ଟ।

ad-week
Leave A Reply

Your email address will not be published.