ନିର୍ବାଚନ କମିଶନଙ୍କୁ ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ଦେଲା ଷ୍ଟେଟ ବ୍ୟାଙ୍କ

add-all

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଚେତିଛି ଏସ୍‌ବିଆଇ। ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ବିଭିନ୍ନ ପ୍ରକାରର ଆଳ ଦେଖାଉଥିବା ଏସ୍‌ବିଆଇ ଶେଷରେ ମୁଣ୍ଡ ନୁଆଁଇଛି। କାମ ଦେଇନି ତଥ୍ୟ ଲୁଚାଇବା ପାଇଁ ଏସ୍‌ବିଆଇର କୌଣସି ବାହାନା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଦେଶର ସର୍ବବୃହତ୍ତ ବ୍ୟାଙ୍କ ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ତଥ୍ୟ ଦେଇଛି। ଏହି ତଥ୍ୟକୁ ଆସନ୍ତା ୧୫ ତାରିଖ ସୁଦ୍ଧା ନିର୍ବାଚନ କମିଶନ ନିଜ ଓ୍ୱେବ ସାଇଟ୍‌ରେ ସାର୍ବଜନୀନ କରିବେ।

ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନ ବଣ୍ଡର ବିବରଣୀ ଦାଖଲ କରିବାକୁ ପୂର୍ବରୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ମାର୍ଚ୍ଚ ୧୨ ସୁଦ୍ଧା କାର୍ଯ୍ୟ ସମୟ ଶେଷ ହେବା ଭିତରେ ନିର୍ବାଚନ ବଣ୍ଡର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୧୫ ତାରିଖ ସୁଦ୍ଧା ଡାଟା ଉପଲବ୍ଧ କରିବାକୁ ଇସିଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ।

ad-week
Leave A Reply

Your email address will not be published.