ଟିଟିଲାଗଡ଼ କାରାଗାରରୁ ୨ କଏଦୀ ଫେରାର ମାମଲା: ୱାଡେନ୍‌ ନିଲମ୍ବିତ

add-all

ଟିଟିଲାଗଡ଼: ବଲାଙ୍ଗୀର ଜିଲା ଟିଟିଲାଗଡ଼ ଉପକାରାଗାରରୁ ଗତ ୯ ତାରିଖ (ଶନିବାର) ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ମାରିବା ଘଟଣାରେ କାର୍ଯ୍ୟରତ ୱାଡେନ୍‌ ନିଲମ୍ବିତ ହୋଇଛନ୍ତି। ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା ସଂପୃକ୍ତ ୱେଡେନ୍‌ ଦାନୀ ଦୋରାଙ୍କୁ ନିଲମ୍ବନ କରିଛନ୍ତି। ଶ୍ରୀ ବେହେରା କିହଛନ୍ତି ଯେ, ଜେଲ୍‌ ଅଧିକ୍ଷକଙ୍କ ଅବହେଳାରୁ ହିଁ ବନ୍ଦୀ ଫେରାର ହୋଇଥିବା ସ୍ୱୀକାର କରିଛନ୍ତି ଖୋଦ ପଶ୍ଚିମାଞ୍ଚଳ ଜେଲ୍‌ ଡ଼ିଆଇଜି କୁଳମଣି ବେହେରା। ସେ କହିଛନ୍ତି ଯେ, ଜେଲ୍‌ ଅଧୀକ୍ଷକ ଉଭୟ ଅଭିଯୁକ୍ତଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିଲେ। ଏହାର ସୁଯୋଗ ନେଇ ସେମାନେ ପ୍ରାୟ ୧୪ଫୁଟର କାନ୍ଥ ଡେଇଁ ଫେରାର ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାର ଅଭିଯୁକ୍ତ ବିଚାରାଧୀନ କଏଦୀ ଶୋଭାବନ ରଣା ଓ ସୁମିତ ବିହାରୀ ଗତ ଶନିବାର ଦିନ ରାତିରେ କୌଶଳ କ୍ରମେ ଏକ ସିଡିରେ ଜେଲ୍‌ ପାଠକ ଡେଇଁ ପଳାୟନ କରିଥିଲେ। ବିଚାରଧୀନ କଏଦୀ ଫେରାର ଘଟଣାର ତଦନ୍ତ କରିବାକୁ ସୋମବାର ଶ୍ରୀ ବେହେରା ଟିଟିଲାଗଡ଼ ଉପକାରାଗାରକୁ ଯାଇଥିଲେ। ସେଠାରେ ସେ ଦୀର୍ଘ ୬ଘଣ୍ଟା ଧରି ଏହି ମାମଲାର ତନ୍ନତନ୍ନ ଯାଞ୍ଚ କରିଥିଲେ।

ad-week
Leave A Reply

Your email address will not be published.