ଭାଗବତ ଟୁଙ୍ଗୀକୁ ମିଳିବ ୫୦ ହଜାର ଟଙ୍କା ଲେଖାଏଁ ସହାୟତା

add-all

ଭୁବନେଶ୍ବର: ଭାଗବତ ଟୁଙ୍ଗୀ ଆମ ଗ୍ରାମ୍ୟ ଜୀବନର ଆଧ୍ୟାତ୍ମିକ, ସାଂସ୍କୃତିକ ଓ ସାମାଜିକ ପ୍ରାଣ କେନ୍ଦ୍ର। ସାରା ଗାଁକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ ଭାଗବତ ଟୁଙ୍ଗୀ। ଆମ ସଂସ୍କୃତି ଓ ପରମ୍ପରାର ଏହି ମହାନ ପ୍ରତୀକ ଭାଗବତ ଟୁଙ୍ଗୀ ହେଉଛି ଓଡିଆ ଜାତିର ସାଂସ୍କୃତିକ ଅସ୍ମିତାର ଏକ ଗୌରବମୟ ପରିଚୟ।

ଆମ ରାଜ୍ୟରେ ଥିବା ୭୨୦୦ଟି ଭାଗବତ ଟୁଙ୍ଗୀଗୁଡିକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତି ଭାଗବତ ଟୁଙ୍ଗୀ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରିଛନ୍ତି। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଜରିଆରେ ଭାଗବତ ଟୁଙ୍ଗୀଗୁଡିକର ବିକାଶ କାର୍ଯ୍ୟ କରାଯିବ।

ad-week
Leave A Reply

Your email address will not be published.