ଦୋକାନରୁ ଚୋରି କରୁଥିବା ବେଳେ ଧାରା ପଡ଼ିଲେ ଦୁଇ ଅଭିଯୁକ୍ତ

add-all

ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ପାର୍ଶ୍ଵ ସପ୍ତାହିକ ବଜାର ଠାରେ ଥିବା ଏକ ଦୋକାନରୁ ଚୋରି କରୁଥିବା ଦୁଇ ଜଣକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣପଡିଛି ! ସୂଚନା ଅନୁଯାୟୀ ବୁଧବାର ଭୋର ୪ଟା ୩୦ ସମୟରେ ସର୍ଜୁ ମେହେର ନାମକ ବ୍ୟକ୍ତିଙ୍କ ଦୋକାନ ଛାତ ଖପର ତାଡ଼ି ଦୋକାନ ଭିତରେ ପଶି ଚୋରି କରୁଥିବା ସମୟରେ କୌଣସି ସୂତ୍ରରେ ଖବର ପାଇ ସର୍ଜୁ ଦୋକାନ କୁ ଆସି ଦେଖିଲା ବେଳେ ଜଣେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଅନ୍ୟଜଣେ ଦୋକାନ ଭିତରେ ରହିଯାଇଥିଲା ! ଦୋକାନୀ ଜଣଙ୍କ ପୋଲିସ କୁ ଖବର କରିବା ପରେ ପୋଲିସ ଜଣଙ୍କୁ କାବୁ କରିବା ସହ ତାଠାରୁ ଅନ୍ୟ ସହଯୋଗୀ ପରିଚୟ ପାଇ ଦୁହିଙ୍କୁ ଗିରଫ କରି ଥିଲା ! ଗିରଫ ଦୁଇ ଜଣ ହେଲେ ପଦ୍ମପୁର ପଞ୍ଚାୟତ ଗୁଡ଼ଛପଲ୍ ଅଞ୍ଚଳର ବାବୁଲାଲ ଓରାମ ଛଦ୍ମନାମ ରିଶୁ ୩୦ ବର୍ଷ ଓ ଖୁଖୁଣ୍ଡୁବାହଲ, ପାତ୍ରାଟୋଲି ଅଞ୍ଚଳର ଭୀମସେନ ବାର୍ଲା ଛଦ୍ମନାମ ଛୋଟୁ ୨୦ ବର୍ଷ ବୋଲି ଜଣାପଡିଛି !

ad-week
Leave A Reply

Your email address will not be published.