ବାଇକ ସାଇକେଲ ମୁହାଁମୁହିଁ ୩ ଜଣ ଗୁରୁତର ଆହତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ପାତାଳକାଣ୍ଡ ୧୪୩ ନଂ ଜାତୀୟ ରାଜପଥ ସମ୍ମୁଖରେ ଆଜି ଏକ ସଡ଼କ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିଲେ | ସୂଚନା ଅନୁଯାୟୀ ଏକ ବାଇକ ନଂ ଓଡି ୧୬ କେ ୨୬୨୨ ବୀରମିତ୍ରପୁର ମାର୍କେଟ ପଟୁ ବୋର୍ଡର ଆଡ଼କୁ ଯାଉଥିବା ବେଳେ ଅପରପକ୍ଷରେ ଆସୁଥିବା ଏକ ସାଇକେଲକୁ ଧକ୍କା ଦେଇଥିଲା | ବାଇକ ଚାଳକ ଜୋନି ଏକ୍କା ବାଇକରେ ବସିଥିବା ସନିକା ଟୁଡୁ ଓ ସାଇକେଲ ଚାଳକ ସୁଦର୍ଶନ ବିଲୁଙ୍ଗ ଗୁରୁତର ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ | ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତିନି ଜଣଙ୍କୁ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଉଭୟଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି | ଅପର ପକ୍ଷରେ ବୀରମିତ୍ରପୁର ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି | ତିନି ଗୁରୁତର ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ବୋଲି ଜଣାପଡିଛି |

nis-ad
Leave A Reply

Your email address will not be published.