ଫୁଲବାଣୀ : ଗତକାଲି ରାତିରେ କୌଣସି କାରଣ ବଶତଃ ଫୁଲବାଣୀ ପ୍ରଦକ୍ଷିଣ ଗୃହ ଚତୁଃପାର୍ଶ୍ଵ ରେ ଥିବା ଇଂରେଜ ଅମଳ ର ମୂଲ୍ୟବାନ ଶାଳ ଗଛ ତଳେ ପଡିଥିବା ପତ୍ର ଗୁଡିକରେ ନିଆଁ ଲାଗି ଯାଇଥିଲା l ପାର୍ଶ୍ଵରେ ଥିବା ଫିଟନେସ ପାର୍କ ଦେଇ ତିନି ସାମ୍ବାଦିକ ଜିଲ୍ଲା ମିଡିଆ ଫୋରମ କନ୍ଧମାଳ ର ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ପ୍ରେସ କ୍ଲବ ଉପସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରା ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯାଉଥିଲେ l ନିଆ ଲାଗିଥିବାର ଦେଖି ଲିଭାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଶାଳ ବଣ ର ଚତୁଃପାର୍ଶ୍ଵରେ ଗାଇଡ ୱାଲ୍ ବହୁତ ଉଚ୍ଚା ଥିବା ଯୋଗୁଁ ଏବଂ ନିଆଁ ଜୋରରେ ଜଳୁଥିବା ଯୋଗୁଁ ଭିତରକୁ ପ୍ରବେଶ କରିବା ଉପଯୁକ୍ତ ମନେ କଲେ ନାହିଁ l ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଫୁଲବାଣୀ ବନାଞ୍ଚଳ ଦାୟିତ୍ଵରେ ଥିବା ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କାଙ୍କୁ ଫୋନ କରିଥିଲେ ସେତେବେଳକୁ ରାତି ପ୍ରାୟ ୧୦ ଟା l ସଙ୍ଗେ ସଙ୍ଗେ ଶ୍ରୀ ଲେଙ୍କା ଓ ପ୍ରେମାନନ୍ଦ ବେହେରା ଘଟଣା ସ୍ଥଳରେ ପହଞ୍ଚି ସଙ୍ଗରେ ଆଣିଥିବା ନିଆଁ ଲିଭା ଟିମ ମାନଙ୍କ ଦ୍ଵାରା ନିଆଁକୁ ଆୟତ୍ତ କରିବା ସହ ବହୁ ପୁରାତନ କାଳରୁ ବଞ୍ଚି ରହିଥିବା ଶାଳବଣକୁ ନଷ୍ଟ ଦାଉରୁ ରକ୍ଷା କରିଥିଲେ l ହେଲେ ଏଠି ପ୍ରଶ୍ନ ଉଠୁଛି ଏ ଜଙ୍ଗଲ କଣ ଆମ ତିନି ଜଣଙ୍କର ? I ସର୍କିଟ ହାଉସ ରକ୍ଷଣ ବେକ୍ଷଣ ଦାୟିତ୍ଵରେ ଥିବା କର୍ମଚାରୀ ଏବଂ ତାର ଅପର ପାର୍ଶ୍ୱରେ ଥିବା ରିଜର୍ଭ ପୋଲିସ ଲାଇନ ଓ ସାଲୁଙ୍କି ସାହିର ଦିନରାତି ଯିବା ଆସିବା କରୁଥିବା ଶତାଧିକ ଲୋକ କେହି ଜଣେ ହେଲେ ନିଆଁ ଲାଗିବା ଖବର ବନ ବିଭାଗକୁ ଜଣାଈ ନାହାନ୍ତି l ଏହିପରି ସବୁ ଜାଗାରେ ଜଙ୍ଗଲ ଜଳୁଚି ପରିବେଶ ନଷ୍ଟ ହେଉଛି ହେଲେ ଲୋକ ମାନେ ଚୁପଚାପ ରହୁଛନ୍ତି l ଫଳ ସ୍ଵରୂପ ଗଛ ତଳେ ପଡିଥିବା ଗଛର ମଞ୍ଜିରୁ ନୂତନ ଗଛ ସୃଷ୍ଟି ହେବାରେ ପ୍ରକ୍ରିୟା ଲୋପ ପାଇ ଯାଉଛି । ହେଲେ କେବଳ ଜଙ୍ଗଲ ସୁରକ୍ଷା କଣ ବନ ବିଭାଗର ଆମର ନୁହେଁ ? l ଏଣୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ ଯେଉଁଠି ବି ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଅଛି ସେଠି ନିଶ୍ଚୟ ପତ୍ରଝଡା ଦେବ ସେହି ପତ୍ରକୁ ଯେପରି ନିଆଁ ନଲାଗେ ଓ ବନ ବିଭାଗକୁ ସୂଚନା ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ l ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା l ଶ୍ରୀ ଲେଙ୍କାଙ୍କୁ ଖବର ଦେବା ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିବାରୁ ଜିଲ୍ଳା ମିଡ଼ିଆ ଫୋରମ କନ୍ଧମାଳ ତରଫରୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି l
