ତ୍ରିଦେବ ନଗର ବସ୍ତିରେ ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ୧୫ତମ ବାର୍ଷିକ ଉତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ୱାର୍ଡ଼ ନମ୍ବର ୧୧ ସ୍ଥିତ ତ୍ରିଦେବ ନଗର ବସ୍ତି ଠାରେ ପ୍ରତି ବର୍ଷପରି ଏ ବର୍ଷ ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ୧୫ତମ ବାର୍ଷିକ ଉତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପିପୁଲ ଫୋରମର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରାଧାମୋହନ ମହାପାତ୍ର,ସମ୍ନାନିତ ଅତିଥି ଭାବେ ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ତଥା AICWC ର ରାଜ୍ୟ ଉପସଭାପତି ତଥା ତ୍ରିଦେବ ନଗର ବସ୍ତିର ମିଡ଼ିଆ ସମ୍ପାଦକ କୁନା ଦିଗାଲ,ବରିଷ୍ଟ ଆଇନଯିବି ତଥା କନ୍ଧମାଳ ଜିଲ୍ଲା ମିଡିଆ ଫୋରମର ସାଧାରଣ ସମ୍ପାଦକ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ,ସାମ୍ବାଦିକ ଅମ୍ବୁଜ ବେହେରା, ସାମ୍ବାଦିକ ଅଶୋକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମେ ଅତିଥି ମାନଙ୍କୁ ଉପଢୌକନ ଦେଇ ସ୍ବାଗତ କରିବା ସହିତ ବସ୍ତିର ଧର୍ମ ମଣ୍ଡପ ଠାରୁ ମାଁ ବ୍ରାହ୍ମଣୀ ଦେବୀଙ୍କ ପୀଠ ପ୍ରାଙ୍ଗଣକୁ ଏକ ଶୋଭାଯାତ୍ରା ବାହାରି ମାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇଥିଲା l କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ମାନସିକ ଧାରି ଉପସ୍ଥିତ ରହି ମାଁଙ୍କ ଆଶିଷ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା ।ପୂଜକ ଦିଲ୍ଲିପ କୁମାର ଦଳ ବେହେରା ପୂଜା କାର୍ଯ୍ୟ ପରିଚାଳନା କରିଥିବା ବେଳେ ମାନବାଧିକାର ମିସନ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା l ବସ୍ତିର ସଭାପତି ସୁରଥ କହଁର ସମ୍ପାଦକ ଚନ୍ଦ୍ରମଣି ଦେହୁରୀ,ତାରାବତୀମାଝୀ, ପ୍ରକାଶ ଚନ୍ଦ୍ର ପାଢ଼ୀ ସୁନୀଲ କୁମାର ଦିଗାଲ ଚନ୍ଦ୍ର ମୋହନ ନାୟକ ଏବଂ ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.